ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର, ଏଣିକି ଭକ୍ତ କରିପାରିବେ ଦର୍ଶନ

ଦୀର୍ଘ ଅପେକ୍ଷା ପରେ ପୁରୀର ଐତିହାସିକ ଶ୍ରୀଗୁଣ୍ଡିଚା ମନ୍ଦିର ଆଜି, ସେପ୍ଟେମ୍ବର ୩୦ରୁ ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି।
ଦୀର୍ଘ ଅପେକ୍ଷାର ଅନ୍ତ! ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି। ସକାଳ ୭ଟା ୩୦ରୁ ଆରମ୍ଭ ହୋଇଛି ଦର୍ଶନ।
ଦୀର୍ଘ ଅପେକ୍ଷାର ଅନ୍ତ! ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ଆଜିଠାରୁ ଭକ୍ତଙ୍କ ପାଇଁ ଖୋଲିଛି। ସକାଳ ୭ଟା ୩୦ରୁ ଆରମ୍ଭ ହୋଇଛି ଦର୍ଶନ।

ଦୀର୍ଘ ସମୟର ଅପେକ୍ଷାର ଅନ୍ତ ଘଟିଛି। ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ଆଜିଠାରୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଛି। ଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ‘ଲୀଳା କ୍ଷେତ୍ର’ ଭାବେ ମଧ୍ୟ ମନେ କରାଯାଏ। ଆଜି ସକାଳ ୭ଟା ୩୦ରେ ମନ୍ଦିର ଖୋଲାଯିବା ପରେ ଭକ୍ତମାନେ ମନ୍ଦିର ଭିତରକୁ ପ୍ରବେଶ କରି ଦର୍ଶନ କରିପାରୁଛନ୍ତି।

ଗୁଣ୍ଡିଚା ମନ୍ଦିର ଦୀର୍ଘ ସମୟ ଧରି ମରାମତି ଓ ବିକାଶ କାର୍ଯ୍ୟ ପାଇଁ ଭକ୍ତଙ୍କ ପ୍ରବେଶରୁ ବନ୍ଦ ରହିଥିଲା। ସାଧାରଣତଃ ରଥଯାତ୍ରା ସମୟରେ ମନ୍ଦିର ଭକ୍ତଙ୍କ ପାଇଁ ଖୋଲାଯାଏ ଏବଂ ପରେ ବନ୍ଦ ରହେ। ଏଥର ଦୀର୍ଘ ସମୟ ପରେ ପୁଣିଥରେ ସାଧାରଣ ଦର୍ଶନର ସୁଯୋଗ ମିଳିଛି।

ମନ୍ଦିର ଖୋଲିବା ଅବସରରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (SJTA), ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ଭକ୍ତଙ୍କ ଦର୍ଶନକୁ ସୁବ୍ୟବସ୍ଥିତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମନ୍ଦିର ଖୋଲିବା ସମୟରେ SJTA ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ଛତିଶା ନିଯୋଗର ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ, ବିଭିନ୍ନ ସେବାୟତ ସଂଘର ପ୍ରତିନିଧି ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।

ଗୁଣ୍ଡିଚା ମନ୍ଦିର ଖୋଲିବା ପୂର୍ବରୁ ମନ୍ଦିର ପରିସରର ବିଭିନ୍ନ ବିକାଶ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା। ଭକ୍ତଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ସହିତ CCTV କ୍ୟାମେରା ସ୍ଥାପନ ଏବଂ ଦାନ ଅର୍ଥ ଗଣନା ସମ୍ପର୍କିତ ବ୍ୟବସ୍ଥା ମଧ୍ୟ କରାଯାଇଛି। ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ମଧ୍ୟ ଦର୍ଶନ ସୁବିଧା କରାଯାଇଛି।

ପୂର୍ବରୁ ମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଥିଲା ଯେ, ମନ୍ଦିର ଖୋଲିବା ପରେ ପ୍ରଥମ ୩ ଦିନ ଭକ୍ତଙ୍କ ପ୍ରବେଶ ମାଗଣା ରହିବ। ଏହା ପରେ ସାଧାରଣ ଭକ୍ତଙ୍କ ପାଇଁ ୧୦ ଟଙ୍କା ପ୍ରବେଶ ଶୁଳ୍କ ରଖାଯିବ। ୮୦ ବର୍ଷରୁ ଅଧିକ ବୟସ୍କ ଓ ଶିଶୁଙ୍କ ପାଇଁ ଶୁଳ୍କ ଛାଡ଼ ରହିବା ବିଷୟରେ ମଧ୍ୟ ପ୍ରଶାସନ ପୂର୍ବରୁ ସୂଚନା ଦେଇଥିଲା।

ଶ୍ରୀଗୁଣ୍ଡିଚା ମନ୍ଦିର ପୁଣିଥରେ ଭକ୍ତଙ୍କ ପାଇଁ ଖୋଲିବା ଫଳରେ ପୁରୀକୁ ଆସୁଥିବା ଭକ୍ତମାନେ ମହାପ୍ରଭୁଙ୍କ ଜନ୍ମବେଦୀ ଦର୍ଶନର ସୁଯୋଗ ପାଇପାରିବେ। ଏହାକୁ ନେଇ ଭକ୍ତମହଲରେ ଉତ୍ସାହ ଦେଖାଦେଇଛି।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+