ଇନଷ୍ଟାଗ୍ରାମରେ ଶିଶୁଙ୍କ ଯୌନ ଶୋଷଣ ଓ ନିର୍ଯାତନା ସମ୍ପର୍କିତ ଆପତ୍ତିଜନକ ବିଷୟବସ୍ତୁକୁ ପ୍ରୋତ୍ସାହନ ଦେଉଥିବା ପେଡ୍ ବିଜ୍ଞାପନ ପ୍ରସାର ହେଉଥିବା ଅଭିଯୋଗକୁ ଗୁରୁତର ଭାବେ ନେଇ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ମେଟା କମ୍ପାନୀକୁ ନୋଟିସ ଜାରି କରିଛି।
ମନ୍ତ୍ରଣାଳୟ ଇନଷ୍ଟାଗ୍ରାମକୁ ତୁରନ୍ତ ସମସ୍ତ ଆପତ୍ତିଜନକ ବିଜ୍ଞାପନ ଓ ବିଷୟବସ୍ତୁ ହଟାଇବା ସହ ୭ ଦିନ ମଧ୍ୟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛି। ସରକାର ସ୍ପଷ୍ଟ କରିଛନ୍ତି ଯେ, ସନ୍ତୋଷଜନକ ଉତ୍ତର ନମିଳିଲେ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନର ଧାରା ୬୭ବି ଓ ପକ୍ସୋ ଆଇନ, ୨୦୧୨ ଅନୁଯାୟୀ କଠୋର ଆଇନଗତ ପଦକ୍ଷେପ ନିଆଯାଇପାରେ।
ଏହି ମାମଲା ଏକ ଅନୁସନ୍ଧାନମୂଳକ ଗଣମାଧ୍ୟମ ରିପୋର୍ଟ ପରେ ସାମ୍ନାକୁ ଆସିଥିଲା। ସେଥିରେ ଅଭିଯୋଗ କରାଯାଇଥିଲା ଯେ, ଇନଷ୍ଟାଗ୍ରାମର ଆଲଗୋରିଦମ କିଛି ଅବୈଧ ଓ ଆପତ୍ତିଜନକ ବିଷୟବସ୍ତୁକୁ ସୁପାରିଶ କରୁଥିଲା ଏବଂ କିଛି ପେଡ୍ ବିଜ୍ଞାପନ ମାଧ୍ୟମରେ ଉପଭୋକ୍ତାଙ୍କୁ ବାହ୍ୟ ପ୍ଲାଟଫର୍ମକୁ ନିର୍ଦ୍ଦେଶିତ କରାଯାଉଥିଲା।
ସରକାରୀ ସୂତ୍ର ଅନୁସାରେ, କୌଣସି ବିଜ୍ଞାପନ ପ୍ରକାଶ ପୂର୍ବରୁ ଯାଞ୍ଚ ପ୍ରକ୍ରିୟା ରହିଥିବା ସତ୍ତ୍ୱେ ଏଭଳି ବିଜ୍ଞାପନ କିପରି ଅନୁମୋଦନ ପାଇଲା, ସେନେଇ ମେଟାଠାରୁ ସ୍ପଷ୍ଟୀକରଣ ମଗାଯାଇଛି। ସରକାର କହିଛନ୍ତି ଯେ, ମେଟା କେବଳ ମଧ୍ୟବର୍ତ୍ତୀ ପ୍ଲାଟଫର୍ମ ବୋଲି ଦାୟିତ୍ୱରୁ ମୁକ୍ତ ହୋଇପାରିବ ନାହିଁ।
ଅନ୍ୟପକ୍ଷରେ, ମେଟାର ଜଣେ ମୁଖପାତ୍ର କହିଛନ୍ତି ଯେ କମ୍ପାନୀର ଶିଶୁ ସୁରକ୍ଷା ନୀତି ଅତ୍ୟନ୍ତ କଠୋର ଏବଂ ଏପରି ଅପରାଧ ପ୍ରତି ଶୂନ୍ୟ ସହନଶୀଳତା ରହିଛି। ଅଭିଯୋଗ ମିଳିବା ପରେ ସମ୍ପୃକ୍ତ ବିଜ୍ଞାପନ ଓ ଆକାଉଣ୍ଟଗୁଡ଼ିକୁ ହଟାଯାଇଥିବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯାଉଥିବା ସେ କହିଛନ୍ତି।
ବାତ୍ୟା ‘ମୁରାସୁ’କୁ ନେଇ ଓଡ଼ିଶାରେ ସତର୍କତା...
ବିଶ୍ୱବ୍ୟାପୀ ବକ୍ସ ଅଫିସ୍‌ରେ ‘ଜେଲର ୨&rsquo...
ବଙ୍ଗୋପସାଗରରେ ସକ୍ରିୟ ବାତ୍ୟା ‘ମୁରାସୁ’ ଆନ...
ସମ୍ଭାବ୍ୟ ବାତ୍ୟା ‘ମୁରାସୁ’ ଏବଂ ଏହାର ପ୍ରଭ...
ମନ୍ନତ ବାହାରେ ଜମିଲା ପ୍ରଶଂସକଙ୍କ ଭିଡ଼ ବଲିଉଡ୍‌...
ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ହୋଇଥିବା ପ୍ର...
ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବାତ୍ୟା ‘ମୁରାସୁ&r...
ଭୁବନେଶ୍ୱର, ନଭେମ୍ବର ୧: ବାତ୍ୟା ‘ଅର୍ଣ୍ଣବ’...