ମୟୂରଭଞ୍ଜ ଜିଲ୍ଲାରବଡ଼ସାହି ବ୍ଲକ ଅନ୍ତର୍ଗତ ଗୁଡ଼ିଆଲବନ୍ଧ ଛାତ୍ରୀନିବାସରେମଙ୍ଗଳବାର ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି। ପଢ଼ାପଢ଼ିରେ ବ୍ୟସ୍ତ ଥିବା ଛାତ୍ରୀମାନଙ୍କ କକ୍ଷ ଭିତରକୁ ହଠାତ୍ ପ୍ରାୟ୮ ଫୁଟ ଲମ୍ବର ଏକ ବିଷଧର ସାପପଶି ଆସିବାରୁ ସମଗ୍ର ହଷ୍ଟେଲରେ ଆତଙ୍କ ଖେଳିଯାଇଥିଲା।
ସାପଟିକୁ ଦେଖି ଛାତ୍ରୀମାନେ ଭୟଭୀତ ହୋଇ କକ୍ଷରୁ ବାହାରକୁ ଦୌଡ଼ି ପଳାଇଥିଲେ। ଘଟଣା ଜାଣିବା ପରେ ହଷ୍ଟେଲ କର୍ତ୍ତୃପକ୍ଷ ତୁରନ୍ତ ସମସ୍ତ ଛାତ୍ରୀଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥିଲେ।
ପରେ ସ୍ନେକ୍ ହେଲ୍ପଲାଇନ୍କୁ ଖବର ଦିଆଯାଇଥିଲା। ସୂଚନା ପାଇବା ମାତ୍ରେ ସାପ ଉଦ୍ଧାରକାରୀସସ୍ମିତା ଗୋଛାୟତଘଟଣାସ୍ଥଳରେ ପହଞ୍ଚି ସତର୍କତାର ସହ ସାପଟିକୁ ଉଦ୍ଧାର କରିଥିଲେ।
ଉଦ୍ଧାର ସମୟରେ କୌଣସି ଛାତ୍ରୀ କିମ୍ବା ହଷ୍ଟେଲ କର୍ମଚାରୀଙ୍କ କୌଣସି କ୍ଷତି ହୋଇନଥିଲା। ବନ୍ୟଜନ୍ତୁ ସଂରକ୍ଷଣ ନିୟମ ଅନୁଯାୟୀ ସାପଟିକୁ ପରେ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦିଆଯାଇଥିଲା।
ବର୍ଷା ଋତୁରେ ଶୁଖିଲା ଓ ସୁରକ୍ଷିତ ସ୍ଥାନ ଖୋଜି ସାପମାନେ ବସତି ଅଞ୍ଚଳକୁ ପଶି ଆସୁଥିବାରୁ ଏଭଳି ଘଟଣା ବଢ଼ୁଛି। ହଷ୍ଟେଲ କର୍ତ୍ତୃପକ୍ଷଙ୍କ ତତ୍ପରତା ଏବଂ ସ୍ନେକ୍ ହେଲ୍ପଲାଇନ୍ ଟିମର ଦ୍ରୁତ ପଦକ୍ଷେପ ଯୋଗୁଁ ଏକ ବଡ଼ ଅଘଟଣ ଟଳିଯାଇଛି।
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...