ଗଞ୍ଜାମ ଜିଲ୍ଲାର ବେଗୁନିଆପଡ଼ା ବଜାରରେ ଶନିବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଧାରୁଆ ଅସ୍ତ୍ରରେ ଗୋଡ଼ାଇ ଆକ୍ରମଣ କରିଛନ୍ତି। ଏହି ଘଟଣା ବଜାରରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି, ଯାହା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଆହତ ଯୁବକଙ୍କୁ ବେଗୁନିଆପଡ଼ାର କୃଷ୍ଣ ପ୍ରଧାନ ବୋଲି ଚିହ୍ନଟ କରାଯାଇଛି। CCTV ଫୁଟେଜରେ ଦେଖାଯାଉଛି ଯେ, କୃଷ୍ଣ ନିଜ ଜୀବନ ବଞ୍ଚାଇବା ପାଇଁ ବଜାର ମଧ୍ୟରେ ଦୌଡ଼ୁଥିବା ବେଳେ କିଛି ଯୁବକ ତାଙ୍କୁ ପିଛା କରି ଧାରୁଆ ଅସ୍ତ୍ରରେ ଆକ୍ରମଣ କରୁଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତାକ୍ତ ଅବସ୍ଥାରେ କୃଷ୍ଣଙ୍କୁ ଉଦ୍ଧାର କରିଥିଲା। ତାଙ୍କୁ ପ୍ରଥମେ କୋଦଳା କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଚିକିତ୍ସା କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ବ୍ରହ୍ମପୁର MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ପଠାଯାଇଛି।
ପ୍ରାଥମିକ ତଦନ୍ତରୁ ଏହି ଆକ୍ରମଣ ପଛରେ ପୂର୍ବ ଶତ୍ରୁତା ଥିବା ପୋଲିସ ସନ୍ଦେହ କରୁଛି। ବର୍ତ୍ତମାନ ପୋଲିସ ଭାଇରାଲ CCTV ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ ଚଳାଇଛି। ଆକ୍ରମଣରେ ସାମିଲ ଥିବା ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଖୋଜାଖୋଜି ଜାରି ରହିଛି।
ବିରୋଧୀ ଦଳଗୁଡ଼ିକର INDIA ମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍...
ବଙ୍ଗୋପସାଗରରେ ଶକ୍ତିଶାଳୀ ହେଉଛି ‘ମୁରାସୁ’...
ଜମ୍ମୁ-କଶ୍ମୀରର ରାଜନୀତିରେ ଏବେ ହଟଚମଟ। ଶାସକ ନ୍ୟାସନାଲ କ...
କେନ୍ଦ୍ରାପଡ଼ା: ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘା...
ରାତିସାରା ଲଗାଣ ବର୍ଷା ଯୋଗୁଁ ଦିଲ୍ଲୀ-NCRର ପାଗରେ ବଡ଼ ପର...
ସ୍ପେନ୍‌ରେ ଘଟିଥିବା ଭୟାବହ ହାଇସ୍ପିଡ୍ ଟ୍ରେନ୍ ଦୁର୍...
ଭାରତର ମହାନ ସଙ୍ଗୀତଜ୍ଞ, ଗାୟକ, କବି ଓ ଚଳଚ୍ଚିତ୍ର ନିର୍ମା...
ବାତ୍ୟା ପ୍ରଭାବରେ କାକିନାଡ଼ାରେ ଗଛ ଉପୁଡ଼ିଲା କାକିନାଡ...