ଗାନ୍ଧୀ ଜୟନ୍ତୀ ଅବସରରେ ଭାରତୀୟ ମୁଦ୍ରାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରସିଦ୍ଧ ଛବିକୁ ନେଇ ଏକ ରୋଚକ ତଥ୍ୟ ସାମ୍ନାକୁ ଆସିଛି। ନୋଟ୍ରେ ଥିବା ଗାନ୍ଧୀଙ୍କ ଛବି କୌଣସି ଆର୍ଟିଷ୍ଟଙ୍କ ଅଙ୍କା ପୋଟ୍ରେଟ୍ ନୁହେଁ। ଏହା ୧୯୪୬ରେ ଦିଲ୍ଲୀରେ ତୋଳା ଏକ ପ୍ରକୃତ ଫଟୋରୁ ପ୍ରସ୍ତୁତ ହୋଇଛି।
୧୯୪୬ରେ ବ୍ରିଟିଶ କ୍ୟାବିନେଟ୍ ମିଶନ୍ ସମୟରେ ମହାତ୍ମା ଗାନ୍ଧୀ ଓ ଲର୍ଡ ଫ୍ରେଡ୍ରିକ୍ ୱିଲିୟମ୍ ପେଥିକ୍-ଲରେନ୍ସଙ୍କ ଏକ ଫଟୋ ତୋଳାଯାଇଥିଲା। ଏହି ଫଟୋ ଦିଲ୍ଲୀର ତତ୍କାଳୀନ ଭାଇସରୟ ହାଉସ୍ ନିକଟରେ ତୋଳାଯାଇଥିବା ଐତିହାସିକ ରେକର୍ଡରୁ ଜଣାପଡ଼େ। ବର୍ତ୍ତମାନ ଭାଇସରୟ ହାଉସ୍କୁ ରାଷ୍ଟ୍ରପତି ଭବନ ଭାବେ ଜଣାଯାଏ।
ବ୍ରିଟିଶ ଲାଇବ୍ରେରୀର ଆର୍କାଇଭ୍ରେ ଏହି ଫଟୋର ଫଟୋଗ୍ରାଫରଙ୍କ ନାମ “Unknown” ବୋଲି ଉଲ୍ଲେଖ ରହିଛି। ତେଣୁ ଏହି ପ୍ରସିଦ୍ଧ ଫଟୋ କିଏ ଉଠାଇଥିଲେ, ତାହା ନେଇ ନିଶ୍ଚିତ ଭାବେ କୌଣସି ଜଣଙ୍କ ନାମ କହିବା ସମ୍ଭବ ନୁହେଁ।
ନୋଟ୍ରେ ବ୍ୟବହୃତ ଗାନ୍ଧୀଙ୍କ ପୋର୍ଟ୍ରେଟ୍ ହେଉଛି ସେହି ୧୯୪୬ର ଫଟୋରୁ କ୍ରପ୍ କରାଯାଇଥିବା ଅଂଶ। ମୂଳ ଫଟୋରେ ଗାନ୍ଧୀଙ୍କ ସହ ପେଥିକ୍-ଲରେନ୍ସ ମଧ୍ୟ ଥିଲେ। କିନ୍ତୁ ନୋଟ୍ର ଡିଜାଇନ୍ ପାଇଁ ଗାନ୍ଧୀଙ୍କ ମୁହଁ ଓ କାନ୍ଧକୁ ଅଲଗା କରି ବ୍ୟବହାର କରାଯାଇଥିଲା। ଏହି ପୋର୍ଟ୍ରେଟ୍କୁ ମିରର୍ ଇମେଜ୍ ଭାବେ ବ୍ୟବହାର କରାଯାଇଛି।
ସ୍ୱାଧୀନତା ପରେ ତୁରନ୍ତ ଗାନ୍ଧୀଙ୍କ ଛବି ସବୁ ନୋଟ୍ରେ ଆସିନଥିଲା। RBIର ମୁଦ୍ରା ଇତିହାସ ଅନୁସାରେ, ସ୍ୱାଧୀନ ଭାରତର ପ୍ରଥମ ₹୧ ନୋଟ୍ ୧୯୪୯ରେ ଆସିଥିଲା ଏବଂ ସେଥିରେ ଅଶୋକ ସ୍ତମ୍ଭର ସିଂହମୁଖ ପ୍ରତୀକ ବ୍ୟବହାର ହୋଇଥିଲା।
ପରେ ଅକ୍ଟୋବର ୧୯୮୭ରେ ₹୫୦୦ ନୋଟ୍ରେ ପ୍ରଥମଥର ପାଇଁ ମହାତ୍ମା ଗାନ୍ଧୀଙ୍କ ପୋର୍ଟ୍ରେଟ୍ ବ୍ୟବହାର କରାଯାଇଥିଲା। ଏହାପରେ ୧୯୯୬ର ମହାତ୍ମା ଗାନ୍ଧୀ ସିରିଜ୍ରେ ବିଭିନ୍ନ ମୂଲ୍ୟର ନୋଟ୍ରେ ଗାନ୍ଧୀଙ୍କ ପୋର୍ଟ୍ରେଟ୍ ସ୍ଥାୟୀ ଭାବେ ସାମିଲ ହୋଇଥିଲା।
ଆଜିର ନୋଟ୍ରେ ଦେଖାଯାଉଥିବା ଗାନ୍ଧୀଙ୍କ ଛବି ତେଣୁ କୌଣସି ନୂଆ ଚିତ୍ର ନୁହେଁ; ପ୍ରାୟ ୮୦ ବର୍ଷ ପୁରୁଣା ଏକ ଐତିହାସିକ ଫଟୋରୁ ଏହାର ମୂଳ ଆସିଛି। ଏବଂ ଏହି ନିର୍ଦ୍ଦିଷ୍ଟ ଫଟୋର ଫଟୋଗ୍ରାଫରଙ୍କ ପରିଚୟ ଏବେ ମଧ୍ୟ ଅଜଣା ରହିଛି।
ଶ୍ରୀକ୍ଷେତ୍ର ପୁରୀର ପ୍ରସିଦ୍ଧ ଖଜାକୁ ନେଇ ଏବେ ଚିନ୍ତା ବଢ...
ରାଉରକେଲାରେ ରାସ୍ତା ନିର୍ମାଣକୁ ନେଇ ଉଠିଛି ବଡ଼ ଅଭିଯୋଗ।...
ଗୋଟିଏ ପଟେ ଡିଜିଟାଲ୍ ଇଣ୍ଡିଆ ଓ ବିକଶିତ ଭାରତର କଥା, ଅନ୍ୟ...
ନବରଙ୍ଗପୁର:ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅଧୀନ ଖୁଟୁଗାଁ...
ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବର ଖବର। ଖୁଣ୍ଟା ଅଞ୍...