ଓଡ଼ିଆ ଭାଷା ପ୍ରତି ବିଶ୍ୱସ୍ତରରେ ଆଉ ଏକ ସମ୍ମାନଜନକ ମୁହୂର୍ତ୍ତ ସାମ୍ନାକୁ ଆସିଛି। ବିଶ୍ୱ ଫୁଟବଲର ନିୟାମକ ସଂସ୍ଥା FIFAର ଅଫିସିଆଲ୍ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଓଡ଼ିଆ ଶବ୍ଦ ‘ଜାଦୁକର’ ଲେଖା ଦେଖି ଓଡ଼ିଆ ଭାଷାପ୍ରେମୀମାନେ ଖୁସି ପ୍ରକାଶ କରିଛନ୍ତି।
ଓଡ଼ିଆ ହେଉଛି ଭାରତର ଏକ ପ୍ରାଚୀନ ଓ ସମୃଦ୍ଧ ଭାଷା, ଯାହାକୁ ଭାରତ ସରକାର ଶାସ୍ତ୍ରୀୟ (Classical) ଭାଷାର ମାନ୍ୟତା ଦେଇଛନ୍ତି। ଏହି ଭାଷାର ଐତିହ୍ୟ, ସାହିତ୍ୟ ଓ ସାଂସ୍କୃତିକ ଗୁରୁତ୍ୱ ବିଶ୍ୱସ୍ତରରେ ସ୍ୱୀକୃତ।
FIFA ପକ୍ଷରୁ ସୋସିଆଲ୍ ମିଡିଆରେ ଓଡ଼ିଆ ଲିପିରେ ‘ଜାଦୁକର’ ଶବ୍ଦ ବ୍ୟବହାର ହେବା ପରେ ସୋସିଆଲ୍ ମିଡିଆରେ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି। ଅନେକ ଓଡ଼ିଆ ବ୍ୟବହାରକାରୀ ଏହାକୁ ଗର୍ବର ବିଷୟ ବୋଲି କହିଛନ୍ତି।
ତେବେ FIFA କେଉଁ କାରଣରୁ କିମ୍ବା କେଉଁ ପରିପ୍ରେକ୍ଷୀରେ ଓଡ଼ିଆ ଶବ୍ଦ ବ୍ୟବହାର କରିଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ତଥାପି ବିଶ୍ୱର ସର୍ବବୃହତ କ୍ରୀଡ଼ା ସଂସ୍ଥାର ଅଫିସିଆଲ୍ ପ୍ଲାଟଫର୍ମରେ ଓଡ଼ିଆ ଭାଷାକୁ ସ୍ଥାନ ମିଳିବା ନିଶ୍ଚିତ ଭାବେ ଓଡ଼ିଆ ସମାଜ ପାଇଁ ଗର୍ବର ବିଷୟ।
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...