ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଧୀନ ନୂଆ ଅଲଟୁମା ଗ୍ରାମରକରଣ ସାହିଜଳମଗ୍ନ ହୋଇପଡ଼ିଛି। ବର୍ଷା ପାଣି ଅନେକ ଘର ଭିତରକୁ ପଶିଯାଇଥିବାରୁ ପରିବାରଗୁଡ଼ିକ ଆଣ୍ଠୁଏ ଉଚ୍ଚର ପାଣି ମଧ୍ୟରେ ରହିବାକୁ ବାଧ୍ୟ ହୋଇଛନ୍ତି।
ଘର ଭିତରେ ସୋଫା, ଫ୍ରିଜ୍, ଡାଇନିଂ ଟେବୁଲ, ବାସନକୁସନ ସମେତ ବିଭିନ୍ନ ଘରୋଇ ସାମଗ୍ରୀ ପାଣିରେ ବୁଡ଼ି ରହିଛି। ଲୋକମାନେ ଯେଉଁ ସାମଗ୍ରୀ ବଞ୍ଚାଇ ପାରିଛନ୍ତି, ସେଗୁଡ଼ିକୁ ଖଟ ଓ ଉଚ୍ଚ ସ୍ଥାନରେ ରଖିଛନ୍ତି। ତେବେ ଅନେକ ପରିବାର ନିଜ ଘର ଭିତରେ ହିଁ ପ୍ରାୟ ଫସି ରହିଛନ୍ତି।
ସ୍ଥାନୀୟ ବାସିନ୍ଦାକାନନବାଳା ଦାଶକହିଛନ୍ତି, “ଘର ଭିତରେ ଆଣ୍ଠୁଏ ପାଣି। ଏଭଳି ପରିସ୍ଥିତିରେ ରୋଷେଇ କରି ଖାଇବୁ କେମିତି? ଗୋଟିଏ ଖଟ ଉପରେ ସବୁ ସାମଗ୍ରୀ ରଖି ଆମେ ମଧ୍ୟ ସେଠାରେ ବସିଛୁ।”
ଅନ୍ୟ ଜଣେ ବାସିନ୍ଦାସୁକାନ୍ତି ଦାଶକହିଛନ୍ତି, “ଲଗାତାର ବର୍ଷା ହେଉଛି। ଖାଇବୁ ନା ସାମଗ୍ରୀ ବଞ୍ଚାଇବୁ ବୁଝିପାରୁନାହୁଁ। ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇନାହିଁ।”
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପ୍ରତ୍ୟେକ ଥର ପ୍ରବଳ ବର୍ଷା ହେଲେ ଏହି ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହୁଏ। ଖରାପ ଡ୍ରେନେଜ୍ ବ୍ୟବସ୍ଥା ଯୋଗୁଁ ବର୍ଷା ପାଣି ନିଷ୍କାସନ ହୋଇପାରୁନାହିଁ, ଫଳରେ ଘରୋଇ ସାମଗ୍ରୀ ନଷ୍ଟ ହେବା ସହ ରୋଷେଇ, ଶୋଇବା ଓ ଦୈନନ୍ଦିନ ଜୀବନ ବ୍ୟାପକ ଭାବେ ପ୍ରଭାବିତ ହେଉଛି।
ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନଙ୍କୁ ତୁରନ୍ତ ଜମି ରହିଥିବା ପାଣି ନିଷ୍କାସନ କରିବା ସହ ଭବିଷ୍ୟତରେ ଏପରି ସମସ୍ୟା ଦୂର ପାଇଁ ସ୍ଥାୟୀ ଡ୍ରେନେଜ୍ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
ବ୍ରିଟେନ୍‌ର ରାଜପରିବାରକୁ ନେଇ ଆସିଛି ବଡ଼ ଖବର। ଦୀର...
ମୁମ୍ବାଇ:ଅସୁରକ୍ଷିତ, ନିମ୍ନମାନର ଓ ଅନଧିକୃତ ଔଷଧ ବିକ୍ରି...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ଭାରତୀୟ ଖାଦ୍ୟପେୟରେ ଘିଅର ଏକ ପାରମ୍ପରିକ ସ୍ଥାନ ରହିଛି। କ...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ଇସ୍ରାଏଲ ଅଧିକୃତ ୱେଷ୍ଟ ବ୍ୟାଙ୍କରେ ଥିବା ଯିହୁଦୀ ସେଟଲମେଣ...
ନେପାଳରେ ପ୍ରଳୟଙ୍କରୀ ବନ୍ୟାକୁ ୧୩ ଦିନ ବିତିଯାଇଥିଲେ ମଧ୍ୟ...
ରୁଷିଆ ଓ ଉତ୍ତର କୋରିଆ ମଧ୍ୟରେପ୍ରଥମ ସଡ଼କ ସେତୁଖୋଲାଯାଇଛି...
ମହାରାଷ୍ଟ୍ରରେ ଗଣେଶ ଚତୁର୍ଥୀ ପୂର୍ବରୁ ରାଜନୈତିକ ମାହୋଲ ମ...
ଆମ ଶରୀରରେ ଗଟ୍ ବା ପାଚନତନ୍ତ୍ରର ଭୂମିକା କେବଳ ଖାଦ୍ୟ ହଜମ...