ରାଜଧାନୀ ଦିଲ୍ଲୀରେ ଚାଲିଥିବା ତୀବ୍ର ପ୍ରତିବାଦ ଓ ଆନ୍ଦୋଳନ ମଧ୍ୟରେଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍ (DMRC)ଏକ ବଡ଼ ନିଷ୍ପତ୍ତି ନେଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ଏବଂ ଆଇନ-ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ରଖିବା ପାଇଁ ଆଜିଠାରୁ କେନ୍ଦ୍ରୀୟ ଦିଲ୍ଲୀର ୧୬ଟି ପ୍ରମୁଖ ମେଟ୍ରୋ ଷ୍ଟେସନ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଛି।
ପରୀକ୍ଷା ଅନିୟମିତତା ଅଭିଯୋଗକୁ ନେଇ ଜନ୍ତର ମନ୍ତରରେ ବ୍ୟାପକ ପ୍ରତିବାଦ ଚାଲିଥିବାବେଳେ ସଂସଦ ଭବନ ଅଭିମୁଖେ ପଦଯାତ୍ରାର ଡାକରା ଦିଆଯାଇଛି। ଏହାକୁ ନେଇ କେନ୍ଦ୍ରୀୟ ଦିଲ୍ଲୀରେ ହଜାର ହଜାର ଆନ୍ଦୋଳନକାରୀ ଏକତ୍ରିତ ହୋଇଛନ୍ତି।
ଭିଡ଼ ନିୟନ୍ତ୍ରଣ ଏବଂ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସୁରକ୍ଷା ଏଜେନ୍ସିମାନଙ୍କ ସୁପାରିଶକ୍ରମେ ଡିଏମ୍ଆର୍ସି ଏହି ପଦକ୍ଷେପ ନେଇଛି। ବନ୍ଦ ରହିଥିବା ୧୬ଟି ଷ୍ଟେସନ୍ରେ ମେଟ୍ରୋ ଟ୍ରେନ୍ ଅଟକିବ ନାହିଁ ଏବଂ ଯାତ୍ରୀମାନେ ସେଠାରୁ ଯାତାୟାତ କରିପାରିବେ ନାହିଁ।
ଏହାର ପ୍ରଭାବରେ ଅଫିସ୍ ଯାଉଥିବା କର୍ମଚାରୀ, ଛାତ୍ରଛାତ୍ରୀ ଓ ସାଧାରଣ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ଡିଏମ୍ଆର୍ସି ପକ୍ଷରୁ ଯାତ୍ରୀମାନଙ୍କୁ ବିକଳ୍ପ ରୁଟ୍ ବ୍ୟବହାର କରିବା ସହ ନିର୍ଦ୍ଧାରିତ ସମୟର ପୂର୍ବରୁ ବାହାରିବାକୁ ପରାମର୍ଶ ଦିଆଯାଇଛି।
ପ୍ରଶାସନ ସୂଚନା ଦେଇଛି ଯେ, ପରିସ୍ଥିତି ସ୍ୱାଭାବିକ ହେବା ପରେ ସରକାରୀ ବିଜ୍ଞପ୍ତି ଜରିଆରେ ମେଟ୍ରୋ ଷ୍ଟେସନ୍ଗୁଡ଼ିକୁ ପୁଣି ଖୋଲାଯିବ।
ବ୍ରହ୍ମପୁର ସହରରେ ପୁଣିଥରେ କୋଭିଡ୍ ସଂକ୍ରମଣ ଦେଖିବାକୁ ମି...
ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ଏବଂ ପଶ୍ଚିମବଙ୍ଗ ମୁଖ୍ୟ...
ବଲିଉଡ୍‌ର ‘ଶେହେନଶାହ’ ଅମିତାଭ ବଚ୍ଚନଙ...
କୃତ୍ରିମ ବୁଦ୍ଧିମତା (AI) କ୍ଷେତ୍ରରେ ବିଶ୍ୱସ୍ତରରେ ବଢ଼ୁଥ...
ଓଡ଼ିଶାର ଆଦିବାସୀ ଅଞ୍ଚଳରେ ପୌଷ୍ଟିକ ସଙ୍କଟ ଗଭୀର ହେଉଥିବା...
ଫିଲ୍ମୀ ଶୈଳୀରେ ଏକ ହୀରା ଚୋରି ଘଟଣା ଏବେ ଚର୍ଚ୍ଚାର ବିଷୟ...
ଅନଲାଇନ୍ ସପିଂ ବର୍ତ୍ତମାନ ସମୟରେ ଦୈନନ୍ଦିନ ଜୀବନର ଏକ ଅଂଶ...
ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଅଞ୍ଚଳରେ ଅବକାରୀ ବିଭାଗକୁ ଏକ...
ମାଣିଆବନ୍ଧ ଗୁଳିକାଣ୍ଡ ମାମଲାରେ ପୁଲିସକୁ ମିଳିଛି ଆଉ ଏକ ବ...
ସାଇବର ଠକମାନେ ଏବେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X&r...
୨୦୨୭ ମସିହାରେ ହେବାକୁ ଥିବା ପଞ୍ଚାୟତ ଓ ସହରାଞ୍ଚଳ ସ୍ଥାନୀ...
ସଂସଦର ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ। ଗତ ଦୁଇ ଦିନ ଧର...