ଓଡ଼ିଶାର ଖସଡ଼ା ଭୋଟର ତାଲିକାରୁ ୨୦ ଲକ୍ଷରୁ ଅଧିକ ନାମ ବାଦ ପଡ଼ିଥିବା ନେଇ ସୃଷ୍ଟି ହୋଇଥିବା ଚର୍ଚ୍ଚା ମଧ୍ୟରେ ବିଜେପିର ରାଜ୍ୟ ସଭାପତି ଓ ରାଜ୍ୟସଭା ସାଂସଦ ମନମୋହନ ସାମଲ ସୋମବାର ସ୍ପଷ୍ଟୀକରଣ ଦେଇଛନ୍ତି।
ସେ କହିଛନ୍ତି ଯେ, ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା୨୦୦୨ ମସିହାର ଭୋଟର ତାଲିକାକୁ ଆଧାର କରିକରାଯାଉଛି। ଏହାର ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ଅଧିକ ସଠିକ୍ ଓ ତ୍ରୁଟିମୁକ୍ତ କରିବା।
ମନମୋହନ ସାମଲଙ୍କ କହିବା ଅନୁସାରେ, ଭୋଟର ତାଲିକାରୁ ବାଦ ପଡ଼ିଥିବା ଅଧିକାଂଶ ନାମ ମୃତ ବ୍ୟକ୍ତି କିମ୍ବା ସ୍ଥାୟୀ ଭାବେ ଓଡ଼ିଶା ବାହାରକୁ ଚାଲିଯାଇଥିବା ଲୋକଙ୍କର। ତେବେ ଯଦି କୌଣସି ଯୋଗ୍ୟ ଭୋଟରଙ୍କ ନାମ ଭୁଲବଶତଃ ବାଦ ପଡ଼ିଛି, ସେମାନେ ନିର୍ବାଚନ କର୍ତ୍ତୃପକ୍ଷଙ୍କ ନିକଟରେ ଆପତ୍ତି ଦାଖଲ କରିପାରିବେ।
ଆପତ୍ତି ପରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁଯାୟୀ ଯାଞ୍ଚ ଓ ଶୁଣାଣି କରାଯିବ। ଯାଞ୍ଚରେ ଯଦି ସମ୍ପୃକ୍ତ ବ୍ୟକ୍ତି ଯୋଗ୍ୟ ଭୋଟର ବୋଲି ପ୍ରମାଣିତ ହୁଅନ୍ତି, ତେବେ ତାଙ୍କ ନାମ ଚୂଡ଼ାନ୍ତ ଭୋଟର ତାଲିକାରେ ପୁନଃ ସାମିଲ କରାଯିବ।
ସେ କହିଛନ୍ତି ଯେ, ଲୋକମାନଙ୍କ ପାଇଁ ପ୍ରାୟ୬୦ ଦିନର ସମୟରହିଛି। ଏହି ସମୟ ମଧ୍ୟରେ ସେମାନେ ନିଜ ଭୋଟର ବିବରଣୀ ଯାଞ୍ଚ କରି ଆବଶ୍ୟକ ସଂଶୋଧନ ପାଇଁ ଆବେଦନ କରିପାରିବେ।
ସୂଚନାନୁସାରେ,ସେପ୍ଟେମ୍ବର ୪ତାରିଖରେ ଚୂଡ଼ାନ୍ତ ସଂଶୋଧିତ ଭୋଟର ତାଲିକା ପ୍ରକାଶ ପାଇବ।
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ଦିଲ୍ଲୀର ସତ୍ୟ ନିକେତନରେ ‘Hostel Daze’ ନା...
ମହାରାଷ୍ଟ୍ରର ପୁଣେ ଓ ପିମ୍ପ୍ରି-ଚିଞ୍ଚୱାଡ ଅଞ୍ଚଳରେ ରବିବା...
ଆମେରିକାନ୍ ଏୟାରଲାଇନ୍ସର ଏକ ଉଡ଼ାଣ ବେଳେ ଜଣେ ଯାତ୍ରୀଙ୍କ...
ଉତ୍ତରପ୍ରଦେଶରେ ଶ୍ରମିକ ଓ ଅନ୍ୟାନ୍ୟ ଦୁର୍ବଳ ପରିବାରର ପିଲ...