ବାତ୍ୟା ‘ଆର୍ଣ୍ଣବ’କୁ ନେଇ ଓଡ଼ିଶାରେ ସତର୍କତା ବଢ଼ିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ୍ ବନ୍ଦ ନେଇ ବଡ଼ ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାର ସମସ୍ତ ସରକାରୀ, ସରକାରୀ ସହାୟତାପ୍ରାପ୍ତ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏବଂ ଘରୋଇ ଭାବେ ପରିଚାଳିତ ସ୍କୁଲ୍ଗୁଡ଼ିକ ଅକ୍ଟୋବର ୨୭ ତାରିଖ ଅପରାହ୍ନ ୧ଟାରୁ ଅକ୍ଟୋବର ୨୮ ପର୍ଯ୍ୟନ୍ତ ବନ୍ଦ ରହିବ।
ଏହି ନିର୍ଦ୍ଦେଶ ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଲାଗୁ ହେବ। ଅକ୍ଟୋବର ୨୭ରେ ଦିନ ୧ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ଏବଂ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯିବା ପରେ ସ୍କୁଲ୍ ବନ୍ଦ କରାଯିବ।
ତେବେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ୍ ବନ୍ଦ ରହିଲେ ମଧ୍ୟ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ ନିୟମିତ ଭାବେ ସ୍କୁଲ୍ରେ ଉପସ୍ଥିତ ରହିବେ। ଏହି ସମୟରେ କୌଣସି ଛୁଟି ଅନୁମତି ଦିଆଯିବ ନାହିଁ।
ବାତ୍ୟା ପରିସ୍ଥିତିରେ ଆବଶ୍ୟକ ହେଲେ ସ୍କୁଲ୍ କୋଠାଗୁଡ଼ିକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ। ଏଥିପାଇଁ ସ୍କୁଲ୍ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ସୁବିଧା ପ୍ରସ୍ତୁତ ରଖିବାକୁ କୁହାଯାଇଛି।
ସ୍କୁଲ୍ଗୁଡ଼ିକରେ ରାଉଣ୍ଡ-ଦ-କ୍ଲକ୍ ରୋଷ୍ଟର୍ ଡ୍ୟୁଟି ବ୍ୟବସ୍ଥା କରିବାକୁ ମଧ୍ୟ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ଆବଶ୍ୟକତା ଅନୁଯାୟୀ ସ୍କୁଲ୍ଗୁଡ଼ିକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର କରିପାରିବ।
ବାତ୍ୟା ‘ଆର୍ଣ୍ଣବ’ ପ୍ରଭାବରେ ଅକ୍ଟୋବର ୨୭ରୁ ୩୧ ମଧ୍ୟରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଭାରୀ ବର୍ଷା ଆଶଙ୍କା ରହିଥିବାରୁ ପ୍ରଶାସନ ପକ୍ଷରୁ ଏଭଳି ପ୍ରତିରୋଧମୂଳକ ପଦକ୍ଷେପ ନିଆଯାଇଛି।
ଲୁଲାଙ୍କ ବିଜୟ, ହାରିଲେ ଫ୍ଲାଭିଓ ବୋଲସୋନାରୋ ରବିବାର ହ...
ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ଦାନ ଚୋରି ମାମଲାକୁ ନେ...
ଶୁକ୍ର ବକ୍ରୀକୁ ନେଇ କ’ଣ କୁହୁଛି ଜ୍ୟୋତିଷ? ଜ୍ୟ...
ଅକ୍ଟୋବର ମାସର ଶେଷ ସପ୍ତାହରୁ ନଭେମ୍ବର ମାସର ଆରମ୍ଭ ପର୍ଯ୍...
ବେଙ୍ଗାଲୁରୁ: କର୍ଣ୍ଣାଟକର ୪ଟି ବିଧାନ ପରିଷଦ (MLC) ଆସନ ପ...
ନେତାନ୍ୟାହୁଙ୍କ ସାମ୍ନାରେ କଡ଼ା ଚ୍ୟାଲେଞ୍ଜ ପ୍ରାୟ ୧୯...