ବାତ୍ୟା ‘ଅର୍ଣ୍ଣବ’କୁ ନେଇ ରେଳବାଇ ପକ୍ଷରୁ ନିଆଯାଇଛି ବଡ଼ ସତର୍କତାମୂଳକ ପଦକ୍ଷେପ। ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳ ଭିତ୍ତିଭୂମିକୁ ସୁରକ୍ଷିତ ରଖିବା ପାଇଁ ୨୧ଟି ଟ୍ରେନ୍ ସେବା ବାତିଲ କରାଯାଇଛି। ଏହାସହ ଦୁଇଟି ଟ୍ରେନ୍ର ଯାତ୍ରାକୁ ରାୟଗଡ଼ାରେ ଶେଷ କରାଯିବା ସହ ଫେରନ୍ତା ଯାତ୍ରା ମଧ୍ୟ ରାୟଗଡ଼ାରୁ ଆରମ୍ଭ ହେବ।
ବାତିଲ ହୋଇଥିବା ଟ୍ରେନ୍ଗୁଡ଼ିକ ମଧ୍ୟରେ ବିଶାଖାପାଟଣା–କିରନ୍ଦୁଲ ଏକ୍ସପ୍ରେସ୍ (18515/18516), ବିଶାଖାପାଟଣା–କୋରାପୁଟ ପାସେଞ୍ଜର (58538/58537), ବିଶାଖାପାଟଣା–କୋରାପୁଟ ଏକ୍ସପ୍ରେସ୍ (18512/18511) ଏବଂ ବିଶାଖାପାଟଣା–କିରନ୍ଦୁଲ ପାସେଞ୍ଜର (58501/58502) ଭଳି ଟ୍ରେନ୍ ରହିଛି। ବିଭିନ୍ନ ଟ୍ରେନ୍ର ବାତିଲ ଅବଧି ଅକ୍ଟୋବର ୨୭ରୁ ନଭେମ୍ବର ୪ ପର୍ଯ୍ୟନ୍ତ ରହିଛି।
ଏହା ବ୍ୟତୀତ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍ (18447) ଅକ୍ଟୋବର ୨୭ରୁ ୩୦ ପର୍ଯ୍ୟନ୍ତ ରାୟଗଡ଼ାରେ ହିଁ ଯାତ୍ରା ଶେଷ କରିବ। ଫେରନ୍ତା ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍ (18448) ଅକ୍ଟୋବର ୨୮ରୁ ୩୧ ପର୍ଯ୍ୟନ୍ତ ରାୟଗଡ଼ାରୁ ଯାତ୍ରା ଆରମ୍ଭ କରିବ।
ପ୍ରଭାବିତ ଅନ୍ୟ ଟ୍ରେନ୍ଗୁଡ଼ିକ ମଧ୍ୟରେ ସିକନ୍ଦରାବାଦ–ହାୱଡ଼ା, ହାୱଡ଼ା–ସିକନ୍ଦରାବାଦ ଫାଲକନୁମା ଏକ୍ସପ୍ରେସ୍, ସିକନ୍ଦରାବାଦ–ଭୁବନେଶ୍ୱର, ଭୁବନେଶ୍ୱର–ସିକନ୍ଦରାବାଦ, ନାନ୍ଦେଡ–ସମ୍ବଲପୁର, ସମ୍ବଲପୁର–ନାନ୍ଦେଡ, ଭୁବନେଶ୍ୱର–ପୁଣେ ଏବଂ ରାୟଗଡ଼ା–ଗୁଣ୍ଟୁର/ଗୁଣ୍ଟୁର–ରାୟଗଡ଼ା ଭଳି ସେବା ରହିଛି।
ରେଳଯାତ୍ରୀମାନଙ୍କୁ ଯାତ୍ରା ପୂର୍ବରୁ ନିଜ ଟ୍ରେନ୍ର latest running status ଓ schedule ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି। ବାତ୍ୟାର ପରିସ୍ଥିତି ଅନୁସାରେ ରେଳ ସେବାରେ ଆହୁରି ପରିବର୍ତ୍ତନ ହୋଇପାରେ।
ରିଅଲିଟି ଶୋ’ **‘Rise & Fall Season...
Karan Joharଙ୍କ ଲୋକପ୍ରିୟ ‘Student of the Year...
ଭାରତର ଯୁବପିଢ଼ି ଏବଂ ଷ୍ଟାର୍ଟଅପ୍ ଉଦ୍ୟମୀଙ୍କ ଉତ୍ସାହ ଓ ଆ...
Karthik Subbarajଙ୍କ ନିର୍ଦ୍ଦେଶିତ ‘Dorothy&rsq...
ଘୂର୍ଣ୍ଣିଝଡ଼ ‘ଅର୍ଣ୍ଣବ’ ଆନ୍ଧ୍ରପ୍ରଦେଶ ଉପକ...
ଭାରତୀୟ ସେନାର ମୁଖ୍ୟ (Chief of the Army Staff) ଜେନେର...
କ’ଣ ଥିଲା ଭାଇରାଲ୍ ଭିଡିଓରେ? ବିହାର କଂଗ୍ରେସ ମ...
‘Rise & Fall Season 2’ର ନୂଆ ଏପିସୋଡ...