ଦେଶରେ ପୁଣି କୋଭିଡ୍-୧୯କୁ ନେଇ ସତର୍କତା ବଢ଼ିଛି। ଆନ୍ଧ୍ରପ୍ରଦେଶରେ କୋଭିଡ୍ ଜନିତ ଜଟିଳତାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୪ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
କଡ଼ପ୍ପା ଜିଲ୍ଲାର ୪୬ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ ଭେଲ୍ଲୋରସ୍ଥିତ ସିଏମ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରେ ସେ କୋଭିଡ୍ ପଜିଟିଭ୍ ବୋଲି ଜଣାପଡ଼ିଥିଲା। ଚାରି ଦିନ ଧରି ଚିକିତ୍ସାଧୀନ ରହିବା ପରେ ତାଙ୍କର ମୃତ୍ୟୁ ଘଟିଥିଲା। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ତାଙ୍କର ଫୁସଫୁସ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା ଏବଂ ସେ ନିମୋନିଆରେ ପୀଡ଼ିତ ଥିଲେ।
ମୃତକଙ୍କୁ କଣ୍ଟେନମେଣ୍ଟ ବ୍ୟବସ୍ଥାରେ ରଖାଯାଇଥିଲା। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଉଥିବା ସହ ସମ୍ପୃକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯାଇଛି।
ଏହାସହ କଡ଼ପ୍ପା ଏବଂ ତିରୁପତି ଜିଲ୍ଲାରେ ଆଉ ୪ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇପଡ଼ିଛି।
ରାଜ୍ୟର ମେଡିକାଲ ଏଜୁକେସନ ନିର୍ଦ୍ଦେଶକ ସମସ୍ତ ସରକାରୀ ଡାକ୍ତରଖାନାରେ ଆଇସୋଲେସନ ବେଡ୍, ଆଇସିୟୁ, ଅକ୍ସିଜେନ, ଭେଣ୍ଟିଲେଟର, ଔଷଧ, ରାପିଡ୍ ଟେଷ୍ଟ କିଟ୍, ଆମ୍ବୁଲାନ୍ସ ଓ ମେଡିକାଲ ଷ୍ଟାଫ୍ଙ୍କ ଉପଲବ୍ଧତା ସମ୍ପର୍କିତ ରିପୋର୍ଟ ମାଗିଛନ୍ତି।
ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଅଯଥା ଭୟଭୀତ ନହେବା ସହ ସତର୍କ ରହିବାକୁ ପରାମର୍ଶ ଦେଇଛି। ଅସୁସ୍ଥ ଅନୁଭବ କଲେ ତୁରନ୍ତ ଚିକିତ୍ସକଙ୍କ ପରାମର୍ଶ ନେବାକୁ କୁହାଯାଇଛି।
ଆସନ୍ତାରାକ୍ଷୀ ପୂର୍ଣ୍ଣିମାଅବସରରେ ସୁଭଦ୍ରା ଯୋଜନାର୫ମ କିସ...
ରାଜସ୍ଥାନର ଜୟପୁରରେ ଘଟିଥିବା ଜଣେ ୯ ବର୍ଷୀୟା ସ୍କୁଲ ଛାତ୍...
ଗୁଜୁରାଟରେ ପୁଲିସ ପକ୍ଷରୁ ଚାଲିଥିବା ଏକ ସ୍ୱତନ୍ତ୍ର ଅଭିଯା...
ପୁରୀ ଜିଲ୍ଲାର କଣାସ ବ୍ଲକ ଅନ୍ତର୍ଗତ ଜଗୁଳାଇପଡ଼ା ନିକଟ ଦୟ...
ପଶ୍ଚିମବଙ୍ଗ ଉପକୂଳରେ ସମୁଦ୍ର ମଝିରେ ଗତ ୯ ଦିନ ଧରି ୧୫ ଜଣ...
ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋରୁ ଚାଲାଣ ଉପରେ ବଡ଼ କାର୍ଯ୍...
ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅଞ୍ଚଳରେ ଜଣେ ନାବାଳକ ର...
ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ...