ପଶ୍ଚିମବଙ୍ଗର ନଦିଆ ଜିଲ୍ଲାର ବନପୁର ସୀମା ଅଞ୍ଚଳରେ BSFକୁ ବଡ଼ ସଫଳତା ମିଳିଛି। ଜଣେ ମହିଳାଙ୍କ ଠାରୁ ପ୍ରାୟ୧୫.୬ କେଜି ସୁନାଜବତ କରାଯାଇଛି। ଜବତ ସୁନାର ମୂଲ୍ୟ ପ୍ରାୟ୨୪ କୋଟି ୯୫ ଲକ୍ଷ ୫୬ ହଜାର ଟଙ୍କାବୋଲି BSF ପକ୍ଷରୁ ଆକଳନ କରାଯାଇଛି।
ସୂଚନା ଅନୁସାରେ, ଗୁପ୍ତ ସୂଚନା ଆଧାରରେ BSFର ୩୨ତମ ବାଟାଲିୟନର ଯବାନମାନେ ବନପୁର ସୀମା ଅଞ୍ଚଳରେ ଅଭିଯାନ ଆରମ୍ଭ କରିଥିଲେ। ଯବାନମାନେ ଦୀର୍ଘ ସମୟ ଧରି ଅଞ୍ଚଳ ଉପରେ ନଜର ରଖିଥିଲେ।
ଏହି ସମୟରେ ଜଣେ ମହିଳା ସନ୍ଦେହଜନକ ଭାବେ ଯାତାୟାତ କରୁଥିବା ଯବାନଙ୍କ ନଜରକୁ ଆସିଥିଲେ। ତାଙ୍କୁ ଅଟକାଇ ତଲାସୀ କରାଯିବା ପରେ ତାଙ୍କ ନିକଟରୁ ବିପୁଳ ପରିମାଣର ସୁନା ମିଳିଥିଲା। ମୋଟ୧୫ କେଜି ୬୦୭ ଗ୍ରାମସୁନା ଜବତ କରାଯାଇଥିଲା।
ଜବତ ସୁନାର ବଜାର ମୂଲ୍ୟ ପ୍ରାୟ ୨୪ କୋଟି ୯୫ ଲକ୍ଷ ୫୬ ହଜାର ଟଙ୍କା ହେବ ବୋଲି BSF ଆକଳନ କରିଛି। ସୀମା ଅଞ୍ଚଳରୁ ଏତେ ବଡ଼ ପରିମାଣର ସୁନା ଜବତ ହେବା ଘଟଣା ଚୋରାଚାଲାଣକୁ ନେଇ ଚିନ୍ତା ବଢ଼ାଇଛି।
ଅଟକ ମହିଳାଙ୍କୁ BSF ଅଧିକାରୀମାନେ ପଚରାଉଚରା କରୁଛନ୍ତି। ସୁନା କେଉଁଠାରୁ ଆସିଥିଲା, କାହା ପାଖରେ ପହଞ୍ଚାଇବାର ଯୋଜନା ଥିଲା ଏବଂ ଏହା ପଛରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେନେଇ ତଦନ୍ତକାରୀମାନେ ତଥ୍ୟ ସଂଗ୍ରହ କରୁଛନ୍ତି।
ଏହି ଘଟଣା କୌଣସି ବଡ଼ ସୁନା ଚୋରାଚାଲାଣ ନେଟୱର୍କ ସହ ଜଡ଼ିତ କି ନାହିଁ, ତାହା ମଧ୍ୟ ତଦନ୍ତ କରାଯାଉଛି। ଜବତ ସୁନାର ପରିମାଣ ଅଧିକ ହୋଇଥିବାରୁ ଏହା ପଛରେ ଏକ ବଡ଼ ଚୋରାଚାଲାଣ ରାକେଟ୍ ଥାଇପାରେ ବୋଲି ତଦନ୍ତକାରୀମାନେ ଖୋଳତାଡ଼ କରୁଛନ୍ତି।
ଏହାପରେ BSF ପକ୍ଷରୁ ଭାରତ-ବାଂଲାଦେଶ ସୀମାରେ ନଜରଦାରୀ ଆହୁରି କଡ଼ାକଡ଼ି କରାଯାଇଛି। ଅଟକ ମହିଳାଙ୍କୁ ପରବର୍ତ୍ତୀ ତଦନ୍ତ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ କୃଷ୍ଣଗଞ୍ଜ ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।
ଭୁବନେଶ୍ୱର: ଖାଲି ପଡ଼ିଥିବା ଶିକ୍ଷକ ପଦବୀରେ ତୁରନ୍ତ ନିଯୁ...
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସଙ୍କୁ ନେଇ ଏକ ଘଟଣାର...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (...
ମେଷ:ଏହି ସପ୍ତାହରେ କର୍ମକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ।...
ମେଷ ଏହି ସପ୍ତାହରେ ମେଷ ରାଶିର ବ୍ୟକ୍ତିମାନେ କର୍ମକ୍ଷେ...
ମୟୂରଭଞ୍ଜ: ଭୀଷଣ ବର୍ଷାକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ ଜିଲ୍ଲ...
ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଟେଷ୍ଟକ...
ସରକାରୀ ଚାକିରିର ସ୍ଥିରତା ଛାଡ଼ି ନିଜ ପିଲାଦିନର ସ୍ୱପ୍ନ ପ...
୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଡ଼ିଶାରେ ସ୍ନାତକୋତ୍ତର (PG)...
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍‌ରେ ରବ...