ନୂଆଦିଲ୍ଲୀରେ ଅନୁଷ୍ଠିତ ଦୁଇଦିନିଆ BRICS ସମ୍ମିଳନୀ ଶେଷ ହୋଇଛି। ସମ୍ମିଳନୀରେ ଯୋଗଦେଇ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ନିଜ ଦେଶକୁ ଫେରିଯାଇଛନ୍ତି। ଏହାପରେ BRICS ସମ୍ମିଳନୀର ଫଳାଫଳ ଓ ଭାରତର ଭୂମିକାକୁ ନେଇ ଏକ୍ସପର୍ଟମାନଙ୍କ ମତ ସାମ୍ନାକୁ ଆସିଛି।
ଏକ୍ସପର୍ଟମାନଙ୍କ ମତରେ, ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ଏବଂ ଭୂ-ରାଜନୈତିକ ବିରୋଧାଭାସ ରହିଥିଲେ ମଧ୍ୟ ‘ନୂଆଦିଲ୍ଲୀ ଘୋଷଣା’କୁ ଏକମତରେ ଗ୍ରହଣ କରାଯିବା ଭାରତର କୂଟନୀତିକ ଦକ୍ଷତାକୁ ପ୍ରତିଫଳିତ କରୁଛି। ବିଭିନ୍ନ ମତ ରଖୁଥିବା ଦେଶଗୁଡ଼ିକୁ ଏକ ସାଧାରଣ ମଞ୍ଚରେ ଆଣିବାରେ ଭାରତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ସେମାନେ କହିଛନ୍ତି।
ଓ.ପି. ଜିନ୍ଦଲ ଗ୍ଲୋବାଲ ୟୁନିଭର୍ସିଟିର ଜିନ୍ଦଲ ସ୍କୁଲ ଅଫ୍ ଇଣ୍ଟରନ୍ୟାସନାଲ ଆଫେୟାର୍ସର ଡିନ୍ ପ୍ରଫେସର ଡ. ଶ୍ରୀରାମ ଚୌଲିଆ ଏହି ଫଳାଫଳକୁ ଭାରତୀୟ କୂଟନୀତି ଏବଂ ବହୁପକ୍ଷୀୟ ଯୋଗଦାନ ପାଇଁ ଏକ ଉଲ୍ଲେଖନୀୟ ସଫଳତା ବୋଲି ଅଭିହିତ କରିଛନ୍ତି।
ତାଙ୍କ ମତରେ, BRICSର ସମ୍ପ୍ରସାରଣ ସହିତ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ମତପାର୍ଥକ୍ୟ ବଢ଼ିବ ବୋଲି ଆଶଙ୍କା ରହିଥିଲା। କିନ୍ତୁ ଭାରତ ଏହି ବିବିଧତାକୁ ଦୁର୍ବଳତା ନକରି ଏକ ଶକ୍ତିରେ ପରିଣତ କରିବାରେ ସକ୍ଷମ ହୋଇଛି। ବିଭିନ୍ନ ଦେଶକୁ ଏକ ‘ମିନିମମ୍ କମନ୍ ଡିନୋମିନେଟର’ରେ ଏକାଠି ଆଣିବା ଏକ ବଡ଼ କୂଟନୀତିକ ସଫଳତା ବୋଲି ସେ କହିଛନ୍ତି।
ଚୌଲିଆଙ୍କ ଅନୁସାରେ, ବିଶେଷକରି ବିବାଦୀୟ ଏବଂ ଭୂ-ରାଜନୈତିକ ପ୍ରସଙ୍ଗଗୁଡ଼ିକ ନେଇ ଘୋଷଣାରେ ଭାରତର ଏହି ଆଭିମୁଖ୍ୟ ସ୍ପଷ୍ଟ ହୋଇଛି। BRICSରେ ନୂଆ ସଦସ୍ୟ ଯୋଡ଼ିବା ପରେ ବଢ଼ିଥିବା ବିବିଧତା ମଧ୍ୟରେ ସହମତି ତିଆରି କରିବା ଏକ ସହଜ କାମ ନଥିଲା ବୋଲି ସେ ମତ ଦେଇଛନ୍ତି।
ପ୍ରଫେସର ଚୌଲିଆ କହିଛନ୍ତି ଯେ ବିଶ୍ୱ ଅର୍ଥନୀତିରେ ନିବେଶ ଏବଂ ବିକାଶ ପାଇଁ ଏକ ସ୍ଥିର ପରିବେଶ ଆବଶ୍ୟକ। ଆଫ୍ରିକା ସମେତ ବିକାଶଶୀଳ ଦେଶଗୁଡ଼ିକ ପାଇଁ ମଧ୍ୟ ସ୍ଥିରତା ଓ ସହଯୋଗର ଆବଶ୍ୟକତା ରହିଛି।
BRICS ଆଲୋଚନାରେ ମାନବ ଚାଲାଣ (Human Trafficking) ଭଳି ପ୍ରସଙ୍ଗ ମଧ୍ୟ ଉଠିଥିବା ସେ କହିଛନ୍ତି। ଏହା ମାନବାଧିକାର ସହ ସିଧାସଳଖ ଭାବେ ଜଡ଼ିତ ଏକ ଗୁରୁତର ସମସ୍ୟା। ତେଣୁ ଘୋଷଣାରେ ଥିବା ବିଭିନ୍ନ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ଏବେ ମୁଖ୍ୟ ଚ୍ୟାଲେଞ୍ଜ ବୋଲି ସେ ମତ ଦେଇଛନ୍ତି।
ଘୋଷଣାକୁ ସେ ଏକ ‘ୱାର୍କ ଇନ୍ ପ୍ରୋଗ୍ରେସ୍’ ଭାବେ ବର୍ଣ୍ଣନା କରିବା ସହ ଏହାର ପ୍ରସ୍ତାବଗୁଡ଼ିକୁ ଭୂମିସ୍ତରରେ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି କହିଛନ୍ତି।
ସେହିପରି ଆଫ୍ରିକୀୟ ସାମ୍ବାଦିକ ସିୟାବୋଙ୍ଗା ଗୁଡମ୍ୟାନ ମାଡୋଣ୍ଡୋ ମଧ୍ୟ ବିଶ୍ୱ ସମ୍ମୁଖୀନ ହେଉଥିବା ଏହିପରି ସମସ୍ୟା ଉପରେ ଆଲୋଚନା ଓ ସହଯୋଗର ଆବଶ୍ୟକତା ଉପରେ ମତ ରଖିଛନ୍ତି।
ଚଳିତ ୟୁଏସ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗି...
କଟକ: ପାର୍ବଣ ଋତୁ ଆରମ୍ଭ ହେବା ସହ କଟକ ସହରରେ ଫଳ ଦର ବଢ଼ି...
ୟୁଏସ୍‌ ଓପନ୍‌ ଟେନିସ୍‌ରେ ଏଲିନା ରିବାକି...
କଳାହାଣ୍ଡି: ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣପର୍...
ଭିଏତ୍‌ନାମ୍‌: ଚଳିତ ଭିଏତ୍‌ନାମ୍‌...
ଭୁବନେଶ୍ୱର: ଓଡ଼ିଶାରେ ପୁଣି ବଢ଼ିବ ବର୍ଷା। ସେପ୍ଟେମ୍ବର ୧...
ଇଂଲଣ୍ଡର ଷ୍ଟାର ବ୍ୟାଟର ଜୋ ରୁଟ୍‌ ଟେଷ୍ଟ କ୍ରିକେଟ୍&...
ରାୟଗଡ଼ା: ଗଣେଶ ପୂଜାକୁ ନେଇ ରାୟଗଡ଼ା ସହର ଏବେ ଚଳଚଞ୍ଚଳ।...