ଭୁବନେଶ୍ୱର: ପୁନର୍ଗଠିତ ହୋଇଛି ବିଜୁ ଜନତା ଦଳ (ବିଜେଡି)ର ଶ୍ରମିକ ସଂଗଠନ ବିଜୁ ଶ୍ରମିକ ସାମୁଖ୍ୟ। ବିଜେଡିର ବରିଷ୍ଠ ନେତା ସୁବାସ ସିଂହଙ୍କୁ ସାମୁଖ୍ୟର ନୂଆ ସଭାପତି ଭାବେ ନିଯୁକ୍ତ କରାଯାଇଛି। ସଂଗଠନର ପୁନର୍ଗଠନ ପରେ ବିଭିନ୍ନ ପଦବୀରେ ଅନେକ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଛି।
ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କୁ ବିଜୁ ଶ୍ରମିକ ସାମୁଖ୍ୟର ପରାମର୍ଶଦାତା ଦାୟିତ୍ୱ ଦିଆଯାଇଥିବା ବେଳେ ନବକିଶୋର ମହାନ୍ତିଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ମିଳିଛି।
ସଂଗଠନର ନୂଆ ଟିମ୍ରେ ପ୍ରୀତିରଞ୍ଜନ ଘଡ଼ାଇ, ବ୍ରଜକିଶୋର ପ୍ରଧାନ, ଯୋଗେଶ ସିଂହ, ଅନନ୍ତ ନାରାୟଣ ଜେନା, ସ୍ୱରୂପ ଦାସ, ରଞ୍ଜିତା ସାହୁ ଓ ଯୋଗେନ୍ଦ୍ର ସିଂହଙ୍କୁ ଉପସଭାପତି ଦାୟିତ୍ୱ ଦିଆଯାଇଛି।
ସେହିପରି ଅରିନ୍ଦମ ସାର୍କେଲଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ କରାଯାଇଛି।
ପୁନର୍ଗଠିତ ଟିମ୍ ବିଜୁ ଶ୍ରମିକ ସାମୁଖ୍ୟର ସାଂଗଠନିକ କାର୍ଯ୍ୟ ଓ ଦାୟିତ୍ୱ ତୁଲାଇବ। ନୂଆ ନିଯୁକ୍ତି ପରେ ଶ୍ରମିକ ସଂଗଠନକୁ ଆହୁରି ସୁଦୃଢ଼ କରିବା ଦିଗରେ ନୂଆ ଟିମ୍ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି।
କଲମ୍ବୋର ସିଂହଳୀଜ୍ ସ୍ପୋର୍ଟ୍ସ କ୍ଲବ୍‌ରେ ଭାରତ ଓ ଶ୍...
ନୂଆଦିଲ୍ଲୀରେ ରବିବାର ଫ୍ରାନ୍ସ ବ୍ୟାଡମିଣ୍ଟନ୍‌ ଇତିହ...
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମ୍‌ରେ ରବ...
ପାକିସ୍ତାନର ପୂର୍ବତନ କ୍ରିକେଟ୍ ଅଧିନାୟକ ତଥା ପୂର୍ବତନ ପ୍...
ଗାୟତ୍ରୀ ଗୋପୀଚନ୍ଦ ଓ ତ୍ରିସା ଜଲି ଭାରତୀୟ ବ୍ୟାଡମିଣ୍ଟନ ପ...