ଅଷ୍ଟ୍ରେଲିଆର ପ୍ରସିଦ୍ଧ ଟି-୨୦ ଟୁର୍ଣ୍ଣାମେଣ୍ଟବିଗ୍ ବାସ୍ ଲିଗ୍ (BBL)ଇତିହାସରେ ପ୍ରଥମ ଥର ପାଇଁ ନିଜ ଦେଶ ବାହାରେ ଆୟୋଜିତ ହେବାକୁ ଯାଉଛି। ଏହି ଐତିହାସିକ ମ୍ୟାଚ୍ ଭାରତର ଚେନ୍ନାଇରେ ଆୟୋଜନ କରାଯିବାକୁ ଘୋଷଣା କରାଯାଇଛି।
ବିବିଏଲ୍ ୨୦୨୬-୨୭ ସଂସ୍କରଣର ଏହି ମୁକାବିଲାଡିସେମ୍ବର ୧୨ତାରିଖରେ ଚେନ୍ନାଇରଏମ୍.ଏ. ଚିଦାମ୍ବରମ୍ (ଚିପକ୍) ଷ୍ଟାଡିୟମ୍ରେ ଖେଳାଯିବ। ଏହି ମ୍ୟାଚ୍ରେମେଲ୍ବର୍ଣ୍ଣ ରେନେଗେଡସ୍ଓପର୍ଥ ସ୍କର୍ଚର୍ସପରସ୍ପରକୁ ଟକ୍କର ଦେବେ।
ପ୍ରାୟ୩୮ ହଜାର ଦର୍ଶକ କ୍ଷମତାବିଶିଷ୍ଟ ଏହି ଷ୍ଟାଡିୟମରେ ବିଶ୍ୱସ୍ତରୀୟ କ୍ରିକେଟ୍ ମାହୋଲ ସୃଷ୍ଟି ହେବ ବୋଲି ଆଶା କରାଯାଉଛି। ଏହି ଐତିହାସିକ ଘୋଷଣା ମେଲ୍ବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କରାଯାଇଥିଲା।
ଏହି ପଦକ୍ଷେପକୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ କ୍ରିକେଟ୍ ସହଯୋଗର ଏକ ନୂଆ ଅଧ୍ୟାୟ ଭାବେ ଦେଖାଯାଉଛି। ଆନ୍ତର୍ଜାତୀୟ କ୍ରିକେଟ୍ ସୂଚୀକୁ ଧ୍ୟାନରେ ରଖି ମ୍ୟାଚ୍ର ସମୟ ନିର୍ଦ୍ଧାରଣ କରାଯାଇଛି, ଯାହାଦ୍ୱାରା ଦର୍ଶକମାନେ ସେହିଦିନ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ଟେଷ୍ଟ ମ୍ୟାଚ୍ର ମଜା ମଧ୍ୟ ନେଇପାରିବେ।
ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏହା ଏକ ବଡ଼ ସୁଯୋଗ। ବିବିଏଲ୍ର ଏହି ଐତିହାସିକ ମ୍ୟାଚ୍ ଭାରତରେ ଆୟୋଜିତ ହେବା ଦୁଇ ଦେଶର କ୍ରିକେଟ୍ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ବୋଲି କ୍ରିକେଟ୍ ମହଳରେ ମତ ପ୍ରକାଶ ପାଇଛି।
କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକର ସଦର ଥାନା ଅନ୍ତର୍ଗତ ରାଇ...
ଓଡ଼ିଶା ପାଇଁ ଆଉ ଏକ ଗୌରବର ମୁହୂର୍ତ୍ତ। ରାଜ୍ୟର ପ୍ରତିଭାବ...
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (CMO)ରୁ ଦୁଇଟି ତଦନ୍ତ କମି...
ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅଞ୍ଚଳରେ ବନ୍ୟଜନ୍ତୁ ଶିକାର...
ଗୁଜୁରାଟରେ ପୁଲିସ ପକ୍ଷରୁ ଚାଲିଥିବା ଏକ ସ୍ୱତନ୍ତ୍ର ଅଭିଯା...
ବଲିଉଡ ଅଭିନେତା ସିଦ୍ଧାର୍ଥ ମଲ୍ହୋତ୍ରା ଓ ତମନ୍ନା ଭାଟିଆଙ୍...
ପଶ୍ଚିମବଙ୍ଗକୁ ବେଆଇନ ଭାବେ ଗୋରୁ ଚାଲାଣ ଉପରେ ବଡ଼ କାର୍ଯ୍...
ଥଳପତି ବିଜୟଙ୍କ ବହୁ ପ୍ରତୀକ୍ଷିତ ତାମିଲ ଚଳଚ୍ଚିତ୍ର &lsqu...
ରାଜା ବିକ୍ରମାଦିତ୍ୟ ଓ ବେତାଳଙ୍କ କାହାଣୀ ଭାରତୀୟ ସାହିତ୍ୟ...
ମାଣିଆବନ୍ଧ ସରପଞ୍ଚଙ୍କ ସ୍ୱାମୀ ଶ୍ରୀକାନ୍ତ ଜେନାଙ୍କ ଉପରେ...
ପୁରୀ ଜିଲ୍ଲାର କଣାସ ବ୍ଲକ ଅନ୍ତର୍ଗତ ଜଗୁଳାଇପଡ଼ା ନିକଟ ଦୟ...
ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜଣେ ଜୁନିଅର ରିସର୍ଚ୍ଚ ଫେଲୋସ...