ଚାରି ବର୍ଷ ପରେ ଟିମ୍ ଇଣ୍ଡିଆକୁ ଫେରିଲେ ଭୁବନେଶ୍ୱର, ହଂକଂ ସିକ୍ସେସ୍‌ରେ କ୍ରୁଣାଲଙ୍କୁ ଅଧିନାୟକ ଦାୟିତ୍ୱ

ଭେଟେରାନ୍ ପେସର୍ ଭୁବନେଶ୍ୱର କୁମାରଙ୍କୁ ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳରେ ସାମିଲ କରାଯାଇଛି।
Bhuvneshwar Kumar
Bhuvneshwar Kumar

ଭାରତୀୟ କ୍ରିକେଟ୍‌ରେ ଭୁବନେଶ୍ୱର କୁମାରଙ୍କୁ ନେଇ ବଡ଼ ଖବର। ପ୍ରାୟ ଚାରି ବର୍ଷ ପରେ ଭୁବନେଶ୍ୱର ପୁଣି ଜାତୀୟ ଦଳରେ ସ୍ଥାନ ପାଇଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଆଗାମୀ ଟି-୨୦ ସିରିଜ୍ ପାଇଁ ତାଙ୍କୁ ଭାରତୀୟ ଦଳରେ ଡାକରା ମିଳିଛି। 

ଭୁବନେଶ୍ୱର ପୂର୍ବରୁ ହଂକଂ ସିକ୍ସେସ୍ ୨୦୨୬ ପାଇଁ ଭାରତୀୟ ଦଳର ଅଧିନାୟକ ଭାବେ ଘୋଷିତ ହୋଇଥିଲେ। ତେବେ ଜାତୀୟ ଦଳକୁ ଡାକରା ମିଳିବା ପରେ ସେ ହଂକଂ ସିକ୍ସେସ୍‌ରୁ ଓହରିଛନ୍ତି। ତାଙ୍କ ସ୍ଥାନରେ ଗୁଜରାଟ ଟାଇଟାନ୍ସର ପେସର୍ କୁଲୱନ୍ତ ଖେଜ୍ରୋଲିଆଙ୍କୁ ଦଳରେ ସାମିଲ କରାଯାଇଛି।

ଭୁବନେଶ୍ୱରଙ୍କ ଅନୁପସ୍ଥିତିରେ ଅଲରାଉଣ୍ଡର କ୍ରୁଣାଲ ପାଣ୍ଡ୍ୟା ହଂକଂ ସିକ୍ସେସ୍‌ରେ ଭାରତୀୟ ଦଳର ନେତୃତ୍ୱ ନେବେ। ଭାରତର ୭ ଜଣିଆ ଦଳରେ କ୍ରୁଣାଲଙ୍କ ସହ ଶଶାଙ୍କ ସିଂହ, ରାହୁଲ ତେୱାତିଆ, ନୀତିଶ ରାଣା, ରାହୁଲ ତ୍ରିପାଠୀ, ଟି. ନଟରାଜନ ଓ କୁଲୱନ୍ତ ଖେଜ୍ରୋଲିଆ ରହିଛନ୍ତି। 

ହଂକଂ ସିକ୍ସେସ୍ ୨୦୨୬ ଅକ୍ଟୋବର ୩୦ରୁ ନଭେମ୍ବର ୧ ପର୍ଯ୍ୟନ୍ତ ଖେଳାଯିବ। ଅନ୍ୟପଟେ, ଭୁବନେଶ୍ୱରଙ୍କ ଜାତୀୟ ଦଳକୁ ଫେରିବା ତାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ଫେରା।

Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+