ରାଜଧାନୀ ଭୁବନେଶ୍ୱରରେ ମଦ୍ୟପାନ କରି ଗାଡ଼ି ଚାଳନା (Drunk Driving) ମାମଲା ଚିନ୍ତାଜନକ ଭାବେ ବଢ଼ିଛି। ୨୦୨୬ ମସିହାର ପ୍ରଥମ ୬ ମାସ ମଧ୍ୟରେ କମିଶନରେଟ୍ ପୁଲିସ ୧୬୩୨ଟି ଗାଡ଼ି ଜବତ କରି କୋର୍ଟକୁ ପଠାଇଛି।
ପୁଲିସ ସୂତ୍ର ଅନୁଯାୟୀ, ୨୦୨୫ ମସିହାରେ ମଦ୍ୟପାନ କରି ଗାଡ଼ି ଚାଳନା ମାମଲାରେ ମୋଟ ୯୨୫ଟି ଗାଡ଼ି ଜବତ ହୋଇଥିଲା। କିନ୍ତୁ ୨୦୨୬ର ଅଧା ବର୍ଷ ମଧ୍ୟରେ ଏହି ସଂଖ୍ୟା ୧୬୩୨ରେ ପହଞ୍ଚିଛି। ଗାଡ଼ି ଚାଳକମାନଙ୍କୁ ଗିରଫ କରାଯାଇଥିବା ମଧ୍ୟ ପୁଲିସ କହିଛି।
ସମ୍ପ୍ରତି ଭୁବନେଶ୍ୱରରେ ଘଟିଥିବା ଏକ ଦାମୀ କାର୍ ଦୁର୍ଘଟଣା ପରେ ଏହି ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି। ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ଜୀବନ ଯାଇଥିବା ବେଳେ ଗାଡ଼ି ଚାଳକ ମଦ୍ୟପାନ କରିଥିବା ମେଡିକାଲ୍ ପରୀକ୍ଷାରୁ ଜଣାପଡ଼ିଥିଲା।
ଅଭିଯୁକ୍ତ ଭାବେ ଜୟଦେବ ବିହାର ଅଞ୍ଚଳର ସୌମ୍ୟ ରଞ୍ଜନଙ୍କୁ ପୁଲିସ ଗିରଫ କରି କୋର୍ଟରେ ହାଜର କରିଛି। ସେ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ଆଇନ ପଢ଼ୁଥିବା ଜଣାପଡ଼ିଛି।
ପୁଲିସ କହିଛି ଯେ, କେବଳ କଡ଼ା ଯାଞ୍ଚ ଓ ଜରିମାନା ଦ୍ୱାରା ସଡ଼କ ଦୁର୍ଘଟଣା ରୋକାଯାଇପାରିବ ନାହିଁ। ଏଥିପାଇଁ ଲୋକଙ୍କ ମଧ୍ୟରେ ଦାୟିତ୍ୱପୂର୍ଣ୍ଣ ଡ୍ରାଇଭିଂ ଅଭ୍ୟାସ ଓ ସଚେତନତା ଆବଶ୍ୟକ।
ଟ୍ୱିନ୍ ସିଟି ପୁଲିସ କମିଶନର ସୁରେଶ ଦେବ ଦତ୍ତ ସିଂହ କହିଛନ୍ତି ଯେ, ମଦ୍ୟପାନ କରି ଗାଡ଼ି ଚାଳନା ବିରୋଧରେ ପୁଲିସ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛି। ଅଭିଭାବକମାନେ ମଧ୍ୟ ନିଜ ପିଲାଙ୍କୁ ଦାମୀ ଓ ଅଧିକ ଗତିଶୀଳ ଗାଡ଼ି ଦେବା ସମୟରେ ସତର୍କ ରହିବା ଦରକାର।
ସେ ଆହୁରି କହିଛନ୍ତି ଯେ, ସଡ଼କ ସୁରକ୍ଷା କେବଳ ପୁଲିସର ଦାୟିତ୍ୱ ନୁହେଁ, ଏହା ସମସ୍ତଙ୍କର ସାମୂହିକ ଦାୟିତ୍ୱ ହେବା ଆବଶ୍ୟକ।
ଭବିଷ୍ୟତ ବିଷୟରେ ଜାଣିବା ପାଇଁ ଲୋକଙ୍କୁ ଜ୍ୟୋତିଷଙ୍କ ସହ ଯ...
ନେପାଳର ରାସୁୱା ଜିଲ୍ଲାରେ ଅଗଷ୍ଟ ୨୬ରେ ଘଟିଥିବା ଭୟଙ୍କର ଆ...
କେରଳର କୋଚିରେ ଜଣେ କଲେଜ ଛାତ୍ରଙ୍କ ବିରୋଧରେ ଶିକ୍ଷକ ଓ ସହ...
ମେଷ ଏହି ସପ୍ତାହରେ ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
ଆମେରିକାର Federal Bureau of Investigation (FBI) ମଞ୍...
ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଭୟଙ୍କର ଟର୍ନାଡୋ ତାଣ୍...
ଓଡ଼ିଶାରେ ବର୍ଷାରୁ ଏବେ ମଧ୍ୟ ନିସ୍ତାର ମିଳୁନାହିଁ। ରାଜ୍ୟ...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ କଥିତ ଭାବେ ବିଷାକ୍ତ ମଦ ପିଇ...
ତିବ୍ବତର ଗ୍ୟିରୋଙ୍ଗ ବନ୍ଦରରେ ହୋଇଥିବା ଭୟଙ୍କର ଆକସ୍ମିକ ବ...
ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇ-ଅହମଦାବାଦବନ୍ଦେ ଭାରତ ଏକ୍ସ...