OTTରେ ଦେଖନ୍ତୁ ଜବରଦସ୍ତ Crime Thriller, Netflixରୁ Tarang Plus ପର୍ଯ୍ୟନ୍ତ ରହିଛି ଏହି ସବୁ ସିରିଜ୍

ଯଦି ଆପଣଙ୍କୁ murder mystery, suspense, unexpected twists ଏବଂ dark crime stories ପସନ୍ଦ, ତେବେ OTT ପ୍ଲାଟଫର୍ମରେ ଦେଖିବା ପାଇଁ ଅନେକ ରୋମାଞ୍ଚକର crime thriller series ରହିଛି।
crime thriller series image
crime thriller series image

ଯେଉଁ ଦର୍ଶକମାନେ ରହସ୍ୟ, ହତ୍ୟାକାଣ୍ଡ, ପୋଲିସ ତଦନ୍ତ ଏବଂ ଅପ୍ରତ୍ୟାଶିତ ଟ୍ୱିଷ୍ଟ ଥିବା କାହାଣୀ ଦେଖିବାକୁ ପସନ୍ଦ କରନ୍ତି, ସେମାନଙ୍କ ପାଇଁ OTT ପ୍ଲାଟଫର୍ମରେ ଅନେକ crime thriller series ଉପଲବ୍ଧ ଅଛି। ଏହି ସିରିଜ୍ଗୁଡ଼ିକରେ ଅପରାଧ, ରହସ୍ୟ, ମାନବୀୟ ସମ୍ପର୍କ ଏବଂ ତଦନ୍ତକୁ ନେଇ ରୋମାଞ୍ଚକର କାହାଣୀ ଦେଖିବାକୁ ମିଳେ।

1. Chari Choroni – Tarang Plus

‘Chari Choroni’ର କାହାଣୀ କୀର୍ତ୍ତି, କୁସୁମ, କନକ ଓ କାଜଲଙ୍କୁ ନେଇ ଗତିଶୀଳ। ଆର୍ଥିକ ଏବଂ ସାମାଜିକ ଚାପରେ ଥିବା ଏହି ଚାରି ମଧ୍ୟବିତ୍ତ ମହିଳା ଏକ ଜୁଏଲାରୀ ଦୋକାନରେ ଡକାୟତି କରିବାକୁ ଯୋଜନା କରନ୍ତି। କିନ୍ତୁ ଘଟଣା ଖୁବ୍ ଶୀଘ୍ର ନିୟନ୍ତ୍ରଣ ବାହାରକୁ ଚାଲିଯାଏ ଏବଂ ସେମାନେ ଅପରାଧୀ ଗ୍ୟାଙ୍ଗ, ଦୁର୍ନୀତିଗ୍ରସ୍ତ ପୋଲିସ ଓ ଅଣ୍ଡରୱାର୍ଲ୍ଡର ଜାଲରେ ଫସିଯାଆନ୍ତି।

2. Ashok Kumar – Tarang Plus

‘Ashok Kumar’ ଏକ ଅଜବ ହତ୍ୟା ରହସ୍ୟରୁ ଆରମ୍ଭ ହୁଏ। ଏକ ଦୁର୍ନୀତିଗ୍ରସ୍ତ ସହରରେ ଲଗାତାର ମୃତଦେହ ମିଳୁଥାଏ ଏବଂ ପ୍ରତ୍ୟେକ ମୃତକଙ୍କ ପରିଚୟ ‘Ashok Kumar’ ଭାବେ ଦିଆଯାଇଥାଏ।

ମର୍ଗରେ କାମ କରୁଥିବା ଚନ୍ଦ୍ରକାନ୍ତ ଯେତେବେଳେ ଜାଣନ୍ତି ଯେ ମୃତଦେହ ମଧ୍ୟରୁ ଗୋଟିଏ ତାଙ୍କ ୧୦ ବର୍ଷ ଧରି ନିଖୋଜ ଥିବା ଝିଅ ଶ୍ରୀୟାଙ୍କର, ସେ ମାମଲାର ତଦନ୍ତ ଆରମ୍ଭ କରନ୍ତି। ପରେ ଏହି ତଦନ୍ତ ମାନବ ଚାଲାଣ ରାକେଟ୍ ଏବଂ ଦୁର୍ନୀତିଗ୍ରସ୍ତ ପୋଲିସ ଅଧିକାରୀଙ୍କ ସହ ଜଡ଼ିତ ଥିବା ଜଣାପଡ଼େ।

3. Daldal – Prime Video

ଭୂମି ପେଡନେକର ଅଭିନୀତ ‘Daldal’ ମୁମ୍ବାଇରେ ଘଟୁଥିବା ଧାରାବାହିକ ହତ୍ୟାକାଣ୍ଡକୁ ନେଇ ନିର୍ମିତ। ଏଥିରେ ସେ DCP Rita Ferreira ଭୂମିକାରେ ଅଭିନୟ କରିଛନ୍ତି। ହତ୍ୟାକାରୀଙ୍କୁ ଖୋଜିବା ସମୟରେ ରିତାଙ୍କୁ ନିଜ ଅତୀତର କିଛି ଯନ୍ତ୍ରଣାଦାୟକ ଘଟଣା ସାମ୍ନା କରିବାକୁ ପଡ଼େ।

4. Kohrra – Netflix

ପଞ୍ଜାବର ଗ୍ରାମୀଣ ଅଞ୍ଚଳକୁ ପୃଷ୍ଠଭୂମି କରି ‘Kohrra’ର କାହାଣୀ ଗତିଶୀଳ। ବିବାହର କିଛି ଦିନ ପୂର୍ବରୁ ଜଣେ NRI ବରଙ୍କ ମୃତ୍ୟୁ ହୋଇଥାଏ। ଦୁଇଜଣ ପୋଲିସ ଅଧିକାରୀ ମାମଲାର ତଦନ୍ତ କରିବା ସମୟରେ ଅନେକ ଗୁପ୍ତ ରହସ୍ୟ ଏବଂ ଜଟିଳ ସମ୍ପର୍କ ସାମ୍ନାକୁ ଆସେ।

5. Raakh – Prime Video

୧୯୭୮ ମସିହାର ଦିଲ୍ଲୀକୁ ପୃଷ୍ଠଭୂମି କରି ‘Raakh’ର କାହାଣୀ ନିର୍ମିତ। ନୂଆ ପୋଲିସ ଅଧିକାରୀ Jayprakash Jatav ଦୁଇଜଣ କିଶୋରଙ୍କ ନିଖୋଜ ଘଟଣାର ତଦନ୍ତ କରନ୍ତି। ଦୁଇଟି ସମୟକାଳରେ ଆଗକୁ ବଢ଼ୁଥିବା କାହାଣୀ ଶେଷରେ ଦୁଇଜଣ ନିର୍ଦ୍ଦୟ ଅପରାଧୀଙ୍କ ଘଟଣା ସହ ଯୋଡ଼ି ହୋଇଯାଏ। ଏହା ବାସ୍ତବ ଜୀବନର Ranga-Billa ମାମଲାରୁ ପ୍ରେରିତ।

6. November Story – JioHotstar

ତମନ୍ନା ଭାଟିଆ ଅଭିନୀତ ‘November Story’ରେ Anuradha ଜଣେ ethical hacker। ତାଙ୍କ ଜୀବନ ସେତେବେଳେ ବଦଳିଯାଏ, ଯେତେବେଳେ ସେ ଏକ ହତ୍ୟାସ୍ଥଳରେ ନିଜ ବାପାଙ୍କୁ ଦେଖନ୍ତି। Alzheimer’sରେ ପୀଡ଼ିତ ତାଙ୍କ ବାପା ଘଟଣା ବିଷୟରେ କିଛି ମନେ ରଖିପାରୁନଥିବାରୁ ସନ୍ଦେହ ତାଙ୍କ ଉପରେ ଯାଏ। ଝିଅ ତାଙ୍କ ବାପା ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ତଦନ୍ତ ଆରମ୍ଭ କରେ।

7. Mandala Murders – Netflix

‘Mandala Murders’ର କାହାଣୀ କାଳ୍ପନିକ ସହର Charandaspurକୁ ନେଇ ଗତିଶୀଳ। ସହରରେ ଲଗାତାର ରୀତିନୀତି ସମ୍ପର୍କିତ ହତ୍ୟାକାଣ୍ଡ ଘଟିବା ପରେ Detective Rea Thomas ଓ ପୂର୍ବତନ ପୋଲିସ ଅଧିକାରୀ Vikram Singh ମିଶି ଏହାର ରହସ୍ୟ ଖୋଜନ୍ତି। ତଦନ୍ତ ଆଗକୁ ବଢ଼ିବା ସହ cult, ପୁରୁଣା ରହସ୍ୟ ଏବଂ ଶତାବ୍ଦୀ ପୁରୁଣା ଏକ ଗୁପ୍ତ ସଂଗଠନର କାହାଣୀ ସାମ୍ନାକୁ ଆସେ।

ଏହି ସବୁ series ମଧ୍ୟରୁmurder mystery, police investigation, suspense ଏବଂ dark crime storiesପସନ୍ଦ କରୁଥିବା ଦର୍ଶକଙ୍କ ପାଇଁ ଭିନ୍ନ ଭିନ୍ନ ପ୍ରକାରର କାହାଣୀ ରହିଛି। ତେଣୁ ଆପଣଙ୍କ watchlistରେ ଏହି crime thrillersକୁ ସାମିଲ କରିପାରିବେ।

LIVE TV
LIVE
Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+