ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଅଞ୍ଚଳସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିବା ଛାତ୍ରୀଙ୍କ ଘଟଣାରେ ପରିବାର ଲୋକେ ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ ଦାବି କରିଛନ୍ତି। ଏହା ସହ ଅଭିଯୁକ୍ତଙ୍କ ଗିରଫଦାରି ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି।
ସୋମବାର ଛାତ୍ରୀଙ୍କ ପରିବାର ଲୋକେ ବ୍ରହ୍ମପୁର ଏସପିଙ୍କ ସହ ସାକ୍ଷାତ କରି ମାମଲାର ନିଷ୍ପକ୍ଷ ତଦନ୍ତ କରିବାକୁ ଦାବି କରିଥିଲେ। ଅଭିଯୁକ୍ତ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନରେ କୌଣସି ପ୍ରଭାବ କାମ ନ କରୁ ଏବଂ ତାଙ୍କୁ ଛାଡ଼ ନ ଦିଆଯାଉ ବୋଲି ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।
ପରିବାର ସଦସ୍ୟମାନେ ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଭଣଜା ବିଶ୍ୱଜିତ ଜେନାଙ୍କ ଗିରଫଦାରି ନେଇ ସ୍ପଷ୍ଟତା ମାଗିଛନ୍ତି। ସେମାନେ କିଛି ଭିଡିଓ ପ୍ରମାଣ ଦେଖାଇ ଅଭିଯୁକ୍ତ ପ୍ରକୃତରେ ଗିରଫ ହୋଇଛନ୍ତି କି ନାହିଁ, ତାହାର ପ୍ରମାଣ ଦେବାକୁ ଦାବି କରିଥିବା ସୂଚନା ମିଳିଛି।
ଗତ ଜୁନ୍ ୨୦ ତାରିଖରେ ୨୦ ବର୍ଷୀୟା ଛାତ୍ରୀଙ୍କୁ କଲେଜ ହଷ୍ଟେଲ କକ୍ଷରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପରିବାର ପକ୍ଷରୁ ଦାଖଲ ଅଭିଯୋଗ ଆଧାରରେ ଗୋଳନ୍ଥରା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ଆତ୍ମହତ୍ୟା ପାଇଁ ପ୍ରରୋଚନା ଅଭିଯୋଗରେ ବିଶ୍ୱଜିତ ଜେନାଙ୍କୁ ଗିରଫ କରାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଘଟଣାର ତଦନ୍ତ ପାଇଁ ପୁଲିସ ମୋବାଇଲ ଫୋନ, ଲାପଟପ୍ ଏବଂ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ ଉପକରଣ ଜବତ କରିଛି। ସେହିପରି ସିସିଟିଭି ଫୁଟେଜ୍ ଓ ଅନ୍ୟ ଡିଜିଟାଲ ପ୍ରମାଣର ମଧ୍ୟ ଯାଞ୍ଚ କରାଯାଉଛି।
ଏପଟେ ମାମଲାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ମଧ୍ୟରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ, ଆଇନ ତା’ର ନିଜସ୍ୱ ପଥରେ କାର୍ଯ୍ୟ କରିବ ଏବଂ ତଦନ୍ତ ଆଇନ ଅନୁଯାୟୀ ଆଗକୁ ବଢ଼ିବ।
ପ୍ୟାରିସରେପ୍ରିୟଙ୍କା ଚୋପ୍ରା ଓ ଜେନିଫର ଲରେନ୍ସଙ୍କ ଏକ ମଜ...
ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ମଧ୍ୟରେ ପାକିସ୍ତାନ କ୍ରିକେ...
‘ବିଗ୍ ବସ୍ ୨୦’ର ଗ୍ରାଣ୍ଡ ପ୍ରିମିୟର ଶୁଟିଂ...
ରକିଂ ଷ୍ଟାର୍ ୟଶଙ୍କ ଅଭିନୀତ‘Toxic: A Fairy Tale...
ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳିଏସ୍. ବଦ୍ରିନାଥଭ...
ଭାରତୀୟ ଟି-୨୦ ଦଳରେ ଓପନିଂ ଯୋଡ଼ିକୁ ନେଇ ପରୀକ୍ଷା ଜାରି ର...
ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଏବେ ଦଳର ଚୟନ କମିଟି ଏ...
ଭାରତୀୟ ସିନେମାରେ ମହିଳାଙ୍କୁ କିପରି ଉପସ୍ଥାପନ କରାଯାଉଛି,...