Soumya Ranjan Swain's father submits mobile phone to Crime Branch in Balianta mob lynching investigation.

ବାଲିଅନ୍ତା ଭିଡ଼ ହତ୍ୟା ମାମଲା: ସାମ୍ନାକୁ ଆସିଲା ସୌମ୍ୟଙ୍କ ଶେଷ ମେସେଜ୍, କ୍ରାଇମବ୍ରାଞ୍ଚକୁ ମୋବାଇଲ ହସ୍ତାନ୍ତର

ବାଲିଅନ୍ତା ଭିଡ଼ ହତ୍ୟା ମାମଲାରେ ମୃତ ସୌମ୍ୟ ରଞ୍ଜନ ସ୍ୱାଇଁଙ୍କ ବାପା ଦୁଶାସନ ସ୍ୱାଇଁ କ୍ରାଇମବ୍ରାଞ୍ଚରେ ହାଜର ହୋଇ ସୌମ୍ୟଙ୍କ ମୋବାଇଲ ଜମା ଦେଇଛନ୍ତି। ମୋବାଇଲରେ ନିଲମ୍ବିତ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ପଠାଯାଇଥିବା ଶେଷ ମେସେଜ୍ ଥିବା ଦାବି କରାଯାଇଛି। ଏହାସହ ଦୁଇ ଯୁବତୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ ଏବଂ ଘଟଣାର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ର ଉନ୍ମୋଚନ କରିବାକୁ ପରିବାର ଦାବି କରିଛି।

ବାଲିଅନ୍ତା ଭିଡ଼ ହତ୍ୟା ମାମଲାର ତଦନ୍ତ ମଧ୍ୟରେ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ମୃତସୌମ୍ୟ ରଞ୍ଜନ ସ୍ୱାଇଁଙ୍କବାପାଦୁଶାସନ ସ୍ୱାଇଁକ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ହାଜର ହୋଇ ପ୍ରାୟ ପାଞ୍ଚ ଘଣ୍ଟା ଧରି ପଚରାଉଚରାର ସମ୍ମୁଖୀନ ହୋଇଥିଲେ।

ଏହି ସମୟରେ ସେ ସୌମ୍ୟଙ୍କ ବ୍ୟବହୃତ ଏକ ମୋବାଇଲ ଫୋନ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। ପରିବାରର ଦାବି ଅନୁଯାୟୀ, ସେହି ଫୋନରେ ମୃତ୍ୟୁ ପୂର୍ବରୁ ନିଲମ୍ବିତ ଏଡିଜିଦୟାଲ ଗଙ୍ଗୱାରଙ୍କୁସୌମ୍ୟ ପଠାଇଥିବା ଏକ ମେସେଜ୍ ରହିଛି।

ପରିବାରର କହିବା ଅନୁସାରେ, ଘଟଣା ଦିନ ସକାଳେ ସୌମ୍ୟ ମେସେଜ୍ରେ ଲେଖିଥିଲେ,"ମୋତେ କ୍ଷମା କରିଦେବେ, ଆଉ ଏଭଳି ଭୁଲ କେବେ ହେବ ନାହିଁ।"ଏହି ମେସେଜ୍ ତଦନ୍ତରେ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି।

ସୌମ୍ୟଙ୍କ ବାପା ଦାବି କରିଛନ୍ତି ଯେ, ଚାର୍ଜସିଟ୍ରେ ସୌମ୍ୟଙ୍କ ମୃତ୍ୟୁ ପଛରେ ଥିବା ପ୍ରକୃତ ଷଡ଼ଯନ୍ତ୍ର ଓ କାରଣକୁ ସାମ୍ନାକୁ ଅଣାଯାଉ। ଏଥିସହ ଘଟଣାରେ ବୟାନ ଦେଇଥିବା ଦୁଇ ଯୁବତୀଙ୍କଲାଏ ଡିଟେକ୍ସନ ଟେଷ୍ଟକରାଯିବା ସହ ସୌମ୍ୟଙ୍କ ଗାଡ଼ି ଚାବି ରଖିଥିବା ବ୍ୟକ୍ତିଙ୍କୁ ମଧ୍ୟ ତଦନ୍ତ ପରିସରକୁ ଆଣିବାକୁ ସେ ଦାବି କରିଛନ୍ତି।

ଏହାଛଡ଼ା ସୌମ୍ୟଙ୍କ ମା'ଙ୍କ ପାଖରେ ଥିବା ଆଉ ଏକ ମୋବାଇଲ ଫୋନକୁ ମଧ୍ୟ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି। ପରିବାରର ଦାବି ଅନୁଯାୟୀ, ସେହି ଫୋନରେ ଘଟଣା ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି।

ଏବେ କ୍ରାଇମବ୍ରାଞ୍ଚ ଏହି ମୋବାଇଲ ଫୋନ ଓ ମେସେଜ୍ର ଡିଜିଟାଲ ଯାଞ୍ଚ କରି ତଦନ୍ତକୁ ଆଗକୁ ବଢ଼ାଉଥିବାବେଳେ, ଚାର୍ଜସିଟ୍ ପୂର୍ବରୁ ଏହି ନୂଆ ତଥ୍ୟ ମାମଲାକୁ ନୂଆ ମୋଡ଼ ଦେଇପାରେ ବୋଲି ଚର୍ଚ୍ଚା ହେଉଛି।

Latest News
‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ ମୁସଲିମଙ୍କ ପ୍ରବେଶ ରୋକିବା ଦାବିକୁ ନିତେଶ ରାଣେଙ୍କ ସମର୍ଥନ

‘ଲଭ୍ ଜିହାଦ’କୁ ନେଇ ବିବାଦ: ମହାରାଷ୍ଟ୍ରର ଗର୍ବାରେ...

ମୁମ୍ବାଇ: ମହାରାଷ୍ଟ୍ରରେ ନବରାତ୍ରି ପୂର୍ବରୁ ଗର୍ବା ଓ ଡାଣ...

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ ଡିଲ୍‌ ଶେଷ ପର୍ଯ୍ୟାୟରେ, ଯେକୌଣସି ସମୟରେ ବଡ଼ ଘୋଷଣା

ଏହି ସରକାରୀ ବ୍ୟାଙ୍କ ହେବ ପ୍ରାଇଭେଟ୍! ଘରୋଇକରଣ...

ପ୍ରାୟ ୫ ବର୍ଷ ଧରି ଚାଲିଥିବା IDBI ବ୍ୟାଙ୍କର ଘରୋଇକରଣ ପ୍...

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ ହକ୍‌ଙ୍କ ଘରେ ED ଚଢ଼ାଉ, ‘ରାଜନୈତିକ ପ୍ରତିଶୋଧ’ କହିଲା TMC

ମନି ଲଣ୍ଡରିଂ ମାମଲାରେ TMC ସାଂସଦ ନାଦିମୁଲ...

ମନି ଲଣ୍ଡରିଂ ମାମଲାକୁ ନେଇ ତୃଣମୂଳ କଂଗ୍ରେସର ରାଜ୍ୟସଭା ସ...

୭ ବର୍ଷ ପରେ ଭାରତ ଆସିପାରନ୍ତି ସି ଜିନପିଙ୍ଗ୍! BRICS ସମ୍ମିଳନୀରେ ମୋଦୀଙ୍କ ସହ ହୋଇପାରେ ଦ୍ୱିପାକ୍ଷିକ ବୈଠକ

୭ ବର୍ଷ ପରେ ଭାରତ ଆସିପାରନ୍ତି ସି...

ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଭାରତ ଆସିପ...

ଶାରୋନ୍ ବର୍ମାଙ୍କ ସହ ଡେଟିଂ ଗୁଜବ ଉପରେ ମୁହଁ ଖୋଲିଲେ ସମୟ ରୈନା, କହିଲେ- ‘ଇଣ୍ଟରନେଟ୍ ନିଜ ହିସାବରେ ଚାଲୁଛି’

ଶାରୋନ୍ ବର୍ମାଙ୍କ ସହ ଡେଟିଂ ଗୁଜବ ଉପରେ...

କମେଡିଆନ୍ ସମୟ ରୈନା ଏବଂ ଶାରୋନ୍ ବର୍ମାଙ୍କ ଡେଟିଂକୁ ନେଇ...

Bigg Boss 20: ରୋମାନ୍ସକୁ ମନା କଲେ କନିକା, କ୍ୟାପ୍ଟେନ୍ସି ପାଇଁ ଜୋରଦାର ଲଢ଼େଇ

Bigg Boss 20: ରୋମାନ୍ସକୁ ମନା କଲେ...

Bigg Boss 20ର ଏପିସୋଡ୍ ୪ରେ ଘର ଭିତରର ପରିବେଶ ପୁଣିଥରେ...

୪୬ ଲକ୍ଷ ଟଙ୍କାର ପ୍ୟାକେଜ୍ ଛାଡ଼ି ସେନାରେ ଯୋଗଦେଲେ ଇଞ୍ଜିନିୟର, ପିଲାଦିନର ସ୍ୱପ୍ନ କଲେ ପୂରଣ

୪୬ ଲକ୍ଷ ଟଙ୍କାର ପ୍ୟାକେଜ୍ ଛାଡ଼ି ସେନାରେ...

ମୋଟା ଦରମା, ଆକର୍ଷଣୀୟ କର୍ପୋରେଟ୍ ଚାକିରି ଓ ଉଜ୍ଜ୍ୱଳ ଭବି...

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ ଟାର୍ଗେଟ୍; ‘ସିନେମା’ ଷ୍ଟାଇଲ୍‌ରେ ରାଜନୀତିର ନୂଆ ଅଧ୍ୟାୟ

ତାମିଲନାଡୁ ବିଧାନସଭାରେ ବିଜୟଙ୍କ ଦମଦାର ଭାଷଣ, DMKକୁ...

ତାମିଲନାଡୁ ରାଜନୀତିରେ ସିନେମା ଓ ରାଜନୀତିର ସମ୍ପର୍କ ନୂଆ...

‘ଡିଗର୍’ରେ ଭିଲେନ୍ ଟମ୍ କ୍ରୁଜ୍, ଦୁନିଆକୁ ବଞ୍ଚାଇବାକୁ ଚାହୁଁଛନ୍ତି ନିଜେ ସୃଷ୍ଟି କରିଥିବା ବିପର୍ଯ୍ୟୟରୁ

‘ଡିଗର୍’ରେ ଭିଲେନ୍ ଟମ୍ କ୍ରୁଜ୍, ଦୁନିଆକୁ ବଞ୍ଚାଇବାକୁ...

ହଲିଉଡ୍ ଅଭିନେତାଟମ୍ କ୍ରୁଜ୍ଙ୍କ ଆଗାମୀ ଫିଲ୍ମ **‘D...

ଆପଲ୍ ଇଭେଣ୍ଟରେ ଟ୍ରିପ୍ତି ଡିମ୍ରି ଓ AP ଢିଲୋନ୍, CEO ଜନ୍ ଟର୍ନସ୍ ଦେଖାଇଲେ ନୂଆ iPhone 18 Pro

ଆପଲ୍ ଇଭେଣ୍ଟରେ ଟ୍ରିପ୍ତି ଡିମ୍ରି ଓ AP...

ଆପଲ୍ର ନୂଆ iPhone ଲଞ୍ଚ ଇଭେଣ୍ଟରେ ଏଥର ଟେକ୍ନୋଲୋଜି ସହ ବ...

ଡାକ୍ତର ନଥିଲେ ଫାର୍ମାସିଷ୍ଟ ଲେଖିପାରିବେ ଔଷଧ! ଡିଫାର୍ମା-ବିଫାର୍ମାଙ୍କୁ ମିଳିପାରେ ସୀମିତ ପ୍ରେସକ୍ରିପସନ୍ ଅଧିକାର

ଡାକ୍ତର ନଥିଲେ ଫାର୍ମାସିଷ୍ଟ ଲେଖିପାରିବେ ଔଷଧ! ଡିଫାର୍ମା-ବିଫାର୍ମାଙ୍କୁ...

ଉତ୍ତରାଖଣ୍ଡର ଦୁର୍ଗମ ଅଞ୍ଚଳରେ ଡାକ୍ତରଙ୍କ ଅଭାବ ଯୋଗୁଁ ରୋ...

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ ଅଭିନେତା ଶିବ ରାଜକୁମାର

ହିନ୍ଦୀକୁ ‘ଜାତୀୟ ଭାଷା’ କହି ବିବାଦରେ କନ୍ନଡ...

କନ୍ନଡ ଅଭିନେତା ଶିବ ରାଜକୁମାର ହିନ୍ଦୀକୁ ‘ଜାତୀୟ ଭ...

Breaking News
ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଯୁବକଙ୍କ ମୃତ୍ୟୁର କିଛି ଦିନ ପରେ ପୁଣି ଘଟିଲା ଅଘଟଣ, ଟଙ୍କପାଣି ବ୍ରିଜ୍‌ରୁ କୁଆଖାଇକୁ ଡେଇଁଲେ... ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପେନସନ୍‌ ବିଳମ୍ବ ହେଲେ ମିଳିବ ୭% ସୁଧ! ପ୍ରଶାସନିକ ଅବହେଳା ପାଇଁ ଓଡ଼ିଶା କ୍ୟାବିନେଟ୍‌ର ବଡ଼... ବାଲେଶ୍ୱର କଲେଜ ହଷ୍ଟେଲରେ B.Tech ଛାତ୍ରୀଙ୍କ ମୃତଦେହ ଉଦ୍ଧାର, ଘଟଣାକୁ ନେଇ ତଦନ୍ତ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ
+