ବାଲେଶ୍ୱର ଜିଲ୍ଲାରେ ବନ୍ୟାଜଳ ମଧ୍ୟରେ ଦୁଇଜଣ ମହିଳା ନିଖୋଜ ହେବା ଘଟଣା ଚିନ୍ତା ବଢ଼ାଇଛି। ମୟୂରଭଞ୍ଜ ସୀମାନ୍ତ ଦୁର୍ଗାଦେବୀ ଅଞ୍ଚଳରେ ଗଙ୍ଗାହାର ନଦୀର ପ୍ରଖର ସ୍ରୋତରେ ଦୁଇଜଣ ଆଦିବାସୀ ମହିଳା ଭାସିଯାଇଥିବା ଜଣାପଡ଼ିଛି।
ଶୁକ୍ରବାର ସନ୍ଧ୍ୟାରେ ଦୁଇ ମହିଳା ସ୍ଥାନୀୟ ବଜାରରୁ ଘରକୁ ଫେରୁଥିବା ସମୟରେ ରେମୁଣା ଥାନା ଅଧୀନ ସାମନ୍ତାହାଟି ବ୍ରିଜ୍ ନିକଟରେ ନଦୀ ପାର ହେଉଥିଲେ। ଏହି ସମୟରେ ହଠାତ୍ ପ୍ରଖର ବନ୍ୟାଜଳ ସ୍ରୋତରେ ସେମାନେ ଭାସିଯାଇଥିବା ସୂଚନା ମିଳିଛି।
ନିଖୋଜ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କୁ ଧୋଲି ସିଂହ ବୋଲି ଚିହ୍ନଟ କରାଯାଇଛି। ଅନ୍ୟ ମହିଳାଙ୍କ ପରିଚୟ ସ୍ପଷ୍ଟ ହୋଇନଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ବୋଇତା ସିଂହଙ୍କ ପତ୍ନୀ ବୋଲି କହିଛନ୍ତି।
ଘଟଣା ସମୟରେ ଗଙ୍ଗାହାର ନଦୀର ଜଳସ୍ତର ଓ ସ୍ରୋତ ବଢ଼ିଥିବା ଜଣାପଡ଼ିଛି। ଏହାସହ ଅଞ୍ଚଳର ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ମଧ୍ୟ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଯାତାୟାତ ପ୍ରଭାବିତ ହୋଇଛି।
ଦୁଇ ମହିଳା ନିଖୋଜ ହେବା ପରେ ସ୍ଥାନୀୟ ଲୋକେ ପ୍ରଶାସନକୁ ସୂଚନା ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଏବଂ ODRAF ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି।
ଉଦ୍ଧାରକାରୀ ଟିମ୍ ନଦୀ ମଧ୍ୟରେ ଏବଂ ଆଖପାଖ ଅଞ୍ଚଳରେ ନିଖୋଜ ମହିଳାଙ୍କୁ ଖୋଜୁଛନ୍ତି। ତେବେ ପ୍ରଖର ଜଳସ୍ରୋତ ଓ ବଢ଼ୁଥିବା ବନ୍ୟାଜଳ ଯୋଗୁଁ ସର୍ଚ୍ଚ ଅପରେସନ୍ରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି।
ନିଖୋଜ ଦୁଇ ମହିଳାଙ୍କ ସନ୍ଧାନ ଓ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅଧିକ ତଥ୍ୟ ଅପେକ୍ଷା କରାଯାଉଛି।
ନ୍ୟୁୟର୍କରେ ଚାଲିଥିବା ୮୧ତମ UN General Assembly ଅଧିବେ...
ଉତ୍ତରପ୍ରଦେଶରେ ଚିକିତ୍ସା କ୍ଷେତ୍ରରେ ଭାରତୀୟ ଭାଷାର ବ୍ୟବ...
କେରଳର ପ୍ରସିଦ୍ଧସାବରୀମାଲା ଶ୍ରୀ ଆୟପ୍ପା ମନ୍ଦିରର ସୁନା ମ...
ଭାରତୀୟ ସିନେମାରେ ଦୀର୍ଘ ସମୟ ଧରି ପୁରୁଷଙ୍କ ଇଚ୍ଛା ଓ ଦୃଷ...
ଆର୍ଡି ଗ୍ରୁପ୍‌ର ଦୀର୍ଘଦିନର ପରିବାରିକ ବିବାଦର ସମାଧ...
ବଲିଉଡ୍ ଅଭିନେତା Govindaଙ୍କ ପତ୍ନୀ Ssunita Ahuja ତାଙ୍...
୨୦୧୭ରେ ରିଲିଜ୍ ହୋଇଥିବା **‘Meesaya Murukku&rsq...
Karthik Subbarajଙ୍କ ନୂଆ ଫିଲ୍ମ Dorothy theatreରେ ଆସ...