ବାଲେଶ୍ୱର ଭୋଗରାଇରେ ବନ୍ୟା ବିପଦ: ୩୦ରୁ ଅଧିକ ଗାଁ ଏବେ ବି ଜଳବନ୍ଦୀ

ବାଲେଶ୍ୱର ଜିଲ୍ଲା ଭୋଗରାଇରେ ବନ୍ୟା ପରିସ୍ଥିତି ଏବେ ବି ଗମ୍ଭୀର ରହିଛି। ୧୦ଟି ଗ୍ରାମ ପଞ୍ଚାୟତ ଅଧୀନରେ ୩୦ରୁ ଅଧିକ ଗାଁ ଜଳବନ୍ଦୀ ହୋଇଥିବାବେଳେ କେତେକ ରାସ୍ତାରେ ପ୍ରାୟ ୩ ଫୁଟ୍‌ ପାଣି ଜମି ରହିଛି।
ଭୋଗରାଇର ୩୦ରୁ ଅଧିକ ଗାଁ ଏବେ ବି ଜଳବନ୍ଦୀ। ଅନେକ ରାସ୍ତାରେ ପ୍ରାୟ ୩ ଫୁଟ୍‌ ପାଣି ରହିଥିବାବେଳେ ଘରେ ମଧ୍ୟ ପଶିଛି ବନ୍ୟାଜଳ।
ଭୋଗରାଇର ୩୦ରୁ ଅଧିକ ଗାଁ ଏବେ ବି ଜଳବନ୍ଦୀ। ଅନେକ ରାସ୍ତାରେ ପ୍ରାୟ ୩ ଫୁଟ୍‌ ପାଣି ରହିଥିବାବେଳେ ଘରେ ମଧ୍ୟ ପଶିଛି ବନ୍ୟାଜଳ।

ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକ୍ରେ ବନ୍ୟା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ସୁଧୁରିନାହିଁ। ବର୍ତ୍ତମାନ ମଧ୍ୟ୧୦ଟି ଗ୍ରାମ ପଞ୍ଚାୟତ ଅଧୀନରେ ୩୦ରୁ ଅଧିକ ଗାଁ ଜଳବନ୍ଦୀରହିଛି। ତଳିଆ ଅଞ୍ଚଳରେ ଦୀର୍ଘ ସମୟ ଧରି ପାଣି ଜମି ରହିବାରୁ ସ୍ଥାନୀୟ ଲୋକେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

କଚୁଆଡ଼ି, ସିଆରୁଇବ, କୁଲିଦା, କୁସୁଡ଼ା, ଗବଗାଁ, ନାଚିନ୍ଦା ଓ ପୁଟିନା ଭଳି ଅଞ୍ଚଳର ଅନେକ ରାସ୍ତା ଏବେ ବି ପାଣିରେ ବୁଡ଼ି ରହିଛି। କେତେକ ସ୍ଥାନରେ ପ୍ରାୟ୩ ଫୁଟ୍ ପାଣିରାସ୍ତା ଉପରେ ପ୍ରବାହିତ ହେଉଥିବାରୁ ଯାତାୟାତ ପ୍ରଭାବିତ ହୋଇଛି।

ତେବେ ନଦୀକୂଳ ଅଞ୍ଚଳରକୁମ୍ଭୀରଗଡ଼ି ଓ ଅରୁହାବାର୍ତ୍ତୀଭଳି କିଛି ସ୍ଥାନରୁ ପାଣି କମିବା ଆରମ୍ଭ କରିଛି। ନଦୀର ଜଳସ୍ତର ହ୍ରାସ ପାଉଥିଲେ ମଧ୍ୟ ତଳିଆ ଅଞ୍ଚଳର ଗାଁ ଓ ରାସ୍ତାରୁ ବନ୍ୟାଜଳ ସମ୍ପୂର୍ଣ୍ଣ ହଟିନାହିଁ।

ଅନେକ ଘର ଭିତରେ ଏବେ ବି ଆଣ୍ଠୁଏ ପାଣି ରହିଥିବାବେଳେ ଘର ବାହାରେ କେତେକ ସ୍ଥାନରେ ଅଣ୍ଟାଏ ପର୍ଯ୍ୟନ୍ତ ପାଣି ରହିଛି। ଦୀର୍ଘ ସମୟ ଧରି ଜଳବନ୍ଦୀ ଅବସ୍ଥା ଜାରି ରହିବାରୁ ଅନେକ ପରିବାରବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି।

ଏହି ମଧ୍ୟରେ ଭଦ୍ରକ ଜିଲ୍ଲାର ବାସୁଦେବପୁର ଅଞ୍ଚଳର କିଛି ଗ୍ରାମ ପଞ୍ଚାୟତ ମଧ୍ୟ କଂସାବଂଶ ଓ ଗମେଇ ନଦୀରପଞ୍ଚମ ବନ୍ୟା ଲହରଯୋଗୁଁ ପ୍ରଭାବିତ ହୋଇଛି। ଫଳରେ ଉତ୍ତର ଓଡ଼ିଶାର ଅନେକ ତଳିଆ ଅଞ୍ଚଳରେ ଲୋକଙ୍କ ଦୁର୍ଦ୍ଦଶା ଜାରି ରହିଛି।

ଭୋଗରାଇର ଅଦୁଆନ ପଞ୍ଚାୟତ ଅଧୀନମକରାପଡ଼ାର ପ୍ରାୟ ୩୪ ଜଣ ଲୋକ ପ୍ରାୟ ୪ ଦିନ ଧରି ଜଳବନ୍ଦୀହୋଇ ରହିଥିଲେ। ପରେ ଅଗ୍ନିଶମ ବାହିନୀ କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ଏକ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିଥିଲେ।

ସୁବର୍ଣ୍ଣରେଖା ନଦୀର ଜଳସ୍ତର କିଛି ଅଞ୍ଚଳରେ ହ୍ରାସ ପାଇଥିଲେ ମଧ୍ୟ ବନ୍ୟାଜଳ ନିଷ୍କାସନରେ ସମୟ ଲାଗୁଥିବାରୁ ଲୋକଙ୍କ ଦୈନନ୍ଦିନ ଜୀବନ ଏବେ ବି ପ୍ରଭାବିତ ରହିଛି। ସେପ୍ଟେମ୍ବର ୨୮ର ରିପୋର୍ଟ ଅନୁସାରେ ବାଲେଶ୍ୱରର ୧୧ଟି ବ୍ଲକ୍ରେ ପ୍ରାୟ୩.୫୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତହୋଇଥିଲେ।

LIVE TV
LIVE
Latest News
Breaking News
ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ ୟୁଏଇରେ ବଡ଼ ନିବେଶ ଆଶା, ଆଜିଠୁ ୫ ଦିନିଆ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଶ୍ୱ ୬-ଜି ଦୌଡ଼ରେ ଭାରତ, ଆମେରିକା ସମେତ ୨୪ ଦେଶ ସହ ମିଶି ନୂଆ ପଦକ୍ଷେପ ଇଣ୍ଡୋନେସିଆ ଫେରିବେ କି ୫ ଓରାଙ୍ଗଉଟାନ୍ ଶାବକ? ଚିଠି ପରେ ବଢ଼ିଲା ଚର୍ଚ୍ଚା ନୂଆଦିଲ୍ଲୀରେ ବସିବ BRICSର ମେଗା ବୈଠକ, ଯୋଗଦେବେ ମୋଦୀଙ୍କ ସମେତ ବିଶ୍ୱର ଶୀର୍ଷ ନେତା BRICSରେ ଚୀନ୍‌ର ଦବଦବା ଜାରି, ହେଲେ ୫ ବର୍ଷରେ ଭାରତର ଅର୍ଥନୀତି ବଢ଼ିଛି ଅଧିକ ଦ୍ରୁତ
+