ଶନିବାରଠାରୁ ଏସୀୟ କ୍ରୀଡ଼ା ଆନୁଷ୍ଠାନିକ ଭାବେ ଆରମ୍ଭ ହେବାକୁ ଥିବାବେଳେ କିଛି କ୍ରୀଡ଼ାର ପ୍ରତିଯୋଗିତା ଆଗୁଆ ଆରମ୍ଭ ହୋଇଛି। ଟେକ୍ବଲ୍ରେ ଭାରତ ନିଜ ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ପୁରୁଷ ଯୁଗଳ ବର୍ଗରେ ସଫଳତା ପାଇପାରିନାହିଁ।
ଭାରତୀୟ ପୁରୁଷ ଯୁଗଳ ଯୋଡ଼ି ଡେକ୍ଲାନ ମାର୍ଶାଲ ଗୋନସାଲଭେସ୍ ଓ ମହମ୍ମଦ ଆନସ ଇମ୍ରାନ ବେଗ୍ ଗ୍ରୁପ୍ ପର୍ଯ୍ୟାୟର ଉଭୟ ମ୍ୟାଚ୍ରେ ପରାଜୟ ବରଣ କରିଛନ୍ତି। ଫଳରେ ଦଳ କ୍ୱାର୍ଟରଫାଇନାଲ୍ ପୂର୍ବରୁ ପ୍ରତିଯୋଗିତାରୁ ବାଦ୍ ପଡ଼ିଛି।
ପ୍ରଥମ ମ୍ୟାଚ୍ରେ ଭାରତୀୟ ଯୋଡ଼ି ଭିଏତନାମ୍ର ଟ୍ରୁଙ୍ଗ ଜିଆଙ୍ଗ ବା ଓ ଆନ୍ ଖୋଆ ଲିନ୍ଙ୍କଠାରୁ ୧୦-୧୨, ୮-୧୨ରେ ପରାସ୍ତ ହୋଇଥିଲେ। ଏହାପରେ ଦ୍ୱିତୀୟ ମ୍ୟାଚ୍ରେ ଦକ୍ଷିଣ କୋରିଆର ଜୁନ୍ସୁକ୍ ଲି ଓ ତାଏବିନ୍ ଲିଙ୍କଠାରୁ ୪-୧୨, ୭-୧୨ରେ ହାରିଥିଲେ।
ଏସୀୟ କ୍ରୀଡ଼ାର ମହିଳା କ୍ରିକେଟ୍ ପ୍ରତିଯୋଗିତା ମଧ୍ୟ ଆରମ୍ଭ ହୋଇଛି। ବର୍ଷା ଓ ଓଦା ପଡ଼ିଆ ଯୋଗୁଁ ଶ୍ରୀଲଙ୍କା-ଚୀନ୍ ମ୍ୟାଚ୍ ଖେଳାଯାଇପାରିନଥିଲା। ନିୟମ ଅନୁଯାୟୀ ଉଚ୍ଚ ମାନ୍ୟତା ଥିବା ଶ୍ରୀଲଙ୍କା ସେମିଫାଇନାଲ୍ରେ ସ୍ଥାନ ପାଇଛି।
ଅନ୍ୟପକ୍ଷରେ ପାକିସ୍ତାନ ଓ ଥାଇଲାଣ୍ଡ ମଧ୍ୟରେ ମ୍ୟାଚ୍ ଓଦା ପଡ଼ିଆ ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିଲା। ମ୍ୟାଚ୍କୁ ୧୧ ଓଭର କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରି ଥାଇଲାଣ୍ଡ ୪ ୱିକେଟ୍ ହରାଇ ୯୧ ରନ୍ କରିଥିଲା। ନାନ୍ନାପାତ କୋଞ୍ଚାରୋଏଙ୍କାଇ ୪୯ ରନ୍ କରିଥିଲେ।
ଜବାବରେ ପାକିସ୍ତାନ ୭ ୱିକେଟ୍ ହରାଇ ମ୍ୟାଚ୍ର ଶେଷ ଦୁଇ ବଲ୍ ପୂର୍ବରୁ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ଏହି ବିଜୟ ସହ ପାକିସ୍ତାନ ସେମିଫାଇନାଲ୍ରେ ପହଞ୍ଚିଛି।
ଏସୀୟ କ୍ରୀଡ଼ାରେ ମହିଳା କ୍ରିକେଟ୍ରେ ଭାରତ ନିଜର ଅଭିଯାନ ଶନିବାର ଜାପାନ ବିପକ୍ଷରେ ଆରମ୍ଭ କରିବ।
ହାଇୱେ କଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ...
କେନ୍ଦ୍ରାପଡ଼ା ଜିଲ୍ଲା କୋରୁଆ ବଜାରରେ ଅବସରପ୍ରାପ୍ତ ଜଣେ ବ...
ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍‌ର ଦିଗି ଗାଁରେ ପାଳିତ...
ଓଡ଼ିଶାରନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ଏକ ବଡ଼ ଅନିୟମି...
ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳରେ ହଠାତ୍ ଅନେକ ଲୋକ ଅସୁ...
ଭୁବନେଶ୍ୱରରେ ନିଜ ଘର କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ B...
୨୦୨୬ର ପୋଷ୍ଟ-ମୌସୁମୀ ଋତୁକୁ ନେଇ ବାତ୍ୟା କାର୍ଯ୍ୟକଳାପର ଏ...