କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୋମବାର ରାଜ୍ୟସଭାରେPrevention of Insults to National Honour (Amendment) Bill, 2026ଉପସ୍ଥାପନ କରିବେ। ପ୍ରସ୍ତାବିତ ସଂଶୋଧନ ବିଲ୍ରେଜାତୀୟ ସଙ୍ଗୀତ 'ବନ୍ଦେ ମାତରମ୍'କୁ ଅପମାନ କରିବା କିମ୍ବା ଏହାର ଗାୟନରେ ଉଦ୍ଦେଶ୍ୟମୂଳକ ଭାବେ ବାଧା ସୃଷ୍ଟି କରିବାକୁ ଦଣ୍ଡନୀୟ ଅପରାଧଭାବେ ସାମିଲ କରିବାକୁ ପ୍ରସ୍ତାବ ରହିଛି।
ରାଜ୍ୟସଭାର କାର୍ଯ୍ୟସୂଚୀ ଅନୁଯାୟୀ, ସଂସଦର ବର୍ଷାକାଳୀନ ଅଧିବେଶନର ପ୍ରଥମ ଦିନରେ ଏହି ବିଲ୍ ଉପସ୍ଥାପନ ହେବ।
ବିଜେପିର ରାଜ୍ୟସଭା ସାଂସଦ ସଞ୍ଜୟ ସେଠ କହିଛନ୍ତି,'ବନ୍ଦେ ମାତରମ୍' ଆମର ଜାତୀୟ ସଙ୍ଗୀତ। ପୂର୍ବରୁ ଏହା ସର୍ବତ୍ର ଗାଯାଉ ନଥିଲା, କିନ୍ତୁ ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରେ ଏହା ଗାଯାଉଛି। ଏହି ବିଲ୍କୁ ଆମେ ସ୍ୱାଗତ କରୁଛୁ।
ଅନ୍ୟପଟେ, ସିପିଆଇ(ଏମ୍) ସାଂସଦ ଜନ୍ ବ୍ରିଟାସ୍ କେନ୍ଦ୍ର ସରକାରକୁ ଚିଠି ଲେଖି ଏହି ବିଲ୍ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ତାଙ୍କ ମତରେ, ଏହି ସଂଶୋଧନ ବିଲ୍'ବନ୍ଦେ ମାତରମ୍' ଗାୟନରେ ବାଧା ସୃଷ୍ଟି କରିବାକୁ ଅପରାଧଭାବେ ଗଣ୍ୟ କରୁଥିବାରୁ ଏହା ସମ୍ବିଧାନରେ ରହିଥିବା ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତର ସନ୍ତୁଳିତ ବ୍ୟବସ୍ଥାରୁ ବିଚ୍ୟୁତ ହେଉଛି।
ବ୍ରିଟାସ୍ କହିଛନ୍ତି,'ବନ୍ଦେ ମାତରମ୍' ଭାରତର ସ୍ୱାଧୀନତା ସଂଗ୍ରାମରେ ଅମୂଲ୍ୟ ଅବଦାନ ରଖିଛି। ତେବେ ଏହାକୁ ନେଇ ଦଣ୍ଡବିଧାନ ଆଣିବା ସମ୍ବିଧାନର ବହୁତ୍ୱବାଦ, ବିବେକ ସ୍ୱାଧୀନତା ଏବଂ ସ୍ୱଇଚ୍ଛିକ ଦେଶପ୍ରେମର ମୂଳ ଆଦର୍ଶକୁ ପ୍ରଭାବିତ କରିପାରେ।
ସେ ଆହୁରି କହିଛନ୍ତି ଯେ, ସମ୍ବିଧାନର ଅନୁଚ୍ଛେଦ ୧୯(୧)(କ) ମତପ୍ରକାଶର ସ୍ୱାଧୀନତା ଦେଇଛି, ଯାହା ମଧ୍ୟରେ ନୀରବ ରହିବାର ଅଧିକାର ମଧ୍ୟ ରହିଛି। ସେହିପରି ଅନୁଚ୍ଛେଦ ୨୫ ବିବେକ ଓ ଧାର୍ମିକ ସ୍ୱାଧୀନତା, ଅନୁଚ୍ଛେଦ ୨୧ ବ୍ୟକ୍ତିଗତ ସ୍ୱାଧୀନତା ଏବଂ ଅନୁଚ୍ଛେଦ ୧୪ ଓ ୨୯ ସମାନତା ଓ ଭାରତର ବହୁମୁଖୀ ସାମାଜିକ ଗଠନକୁ ସୁରକ୍ଷା ଦେଇଥାଏ।
ଏପଟେ ଆମ୍ ଆଦମୀ ପାର୍ଟି ସାଂସଦ ସଞ୍ଜୟ ସିଂହ ଅଭିଯୋଗ କରି କହିଛନ୍ତି ଯେ,'ବନ୍ଦେ ମାତରମ୍' ଓ ତ୍ରିରଙ୍ଗାକୁ ଅପମାନ କରିବା ଘଟଣା ବିଜେପି ପକ୍ଷରୁ ହିଁ ଦେଖାଯାଇଛି। ସ୍ୱାଧୀନତା ସଂଗ୍ରାମରେ ସେମାନଙ୍କ ଭୂମିକା କ'ଣ ଥିଲା ବୋଲି ପ୍ରଶ୍ନ କରି ସେ ବିଜେପିକୁ କଟାକ୍ଷ କରିଛନ୍ତି।
ଏହି ବିଲ୍ ଉପରେ ସଂସଦରେ ଆଲୋଚନା ସମୟରେ ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ଚର୍ଚ୍ଚା ହେବାର ସମ୍ଭାବନା ରହିଛି।
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାର ନ୍ୟାୟିକ ତଦନ୍ତ ଏବଂ କେନ୍...
ପୁରୀ ଜିଲ୍ଲାର ନିମାପଡ଼ା ଅଞ୍ଚଳରେ ସାଇଡ୍ ମରାକୁ କେନ୍ଦ୍ର...
ମଧ୍ୟପ୍ରଦେଶର ନରସିଂହପୁର ଜିଲ୍ଲାରେ ଘଟିଛି ଏକ ହୃଦୟବିଦାରକ...
ଦେବଗଡ଼ ଜିଲ୍ଲାର କୁଣ୍ଡେଇଗୋଲା ଥାନା ଅନ୍ତର୍ଗତ ଗରିଆପାଲି...
ଭଦ୍ରକ ଜିଲ୍ଲାରେ ସୋମବାର ସକାଳେ ଏକ ଚାଞ୍ଚଲ୍ୟକର ଘଟଣା ସାମ...
ମୟୂରଭଞ୍ଜ ଜିଲ୍ଲାର ଉଦଳାସ୍ଥିତ ଗୁରୁକୁଳ ବିଦ୍ୟା ମନ୍ଦିରରେ...
ଓଡ଼ିଶାର ଜଣେ ଆଞ୍ଚଳିକ ଗଣମାଧ୍ୟମ ସଂସ୍ଥାର ଭୁବନେଶ୍ୱରସ୍ଥି...
ଓଡ଼ିଶାର ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ହୋଇଥିବା ତ୍ରୁଟି...