କଟକ ସହରର ଖାନନଗର ଛକ ନିକଟରେ ରବିବାର ବିଳମ୍ବିତ ରାତିରେ ଏକ ଚଳନ୍ତା ଆମ୍ବୁଲାନ୍ସରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଆମ୍ବୁଲାନ୍ସଟିରେ ଜଣେ ଶିଶୁ ରୋଗୀଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ସୌଭାଗ୍ୟବଶତଃ କୌଣସି ଜୀବନହାନି କିମ୍ବା ଆହତ ହେବାର ଘଟଣା ସାମ୍ନାକୁ ଆସିନାହିଁ।
ସୂଚନା ଅନୁସାରେ, ରାତି ପ୍ରାୟ ୧ଟା ସମୟରେ ଆମ୍ବୁଲାନ୍ସଟି ଖାନନଗର ଛକରୁ ପୁରୀଘାଟ ଅଭିମୁଖେ ଶିଶୁ ଭବନକୁ ଯାଉଥିଲା। ଏହି ସମୟରେ ଗାଡ଼ିରେ ହଠାତ୍ ନିଆଁ ଲାଗିଯାଇଥିଲା। ଆମ୍ବୁଲାନ୍ସଟି ଯାଜପୁର ଜିଲ୍ଲାର ବଡ଼ଚଣା ଅଞ୍ଚଳରୁ କଟକକୁ ଆସୁଥିଲା।
ନିଆଁ ଲାଗିବା ମାତ୍ରେ ଶିଶୁ ରୋଗୀଙ୍କ ସହ ଥିବା ପରିବାର ସଦସ୍ୟମାନେ ତୁରନ୍ତ ରୋଗୀଙ୍କୁ ଗାଡ଼ିରୁ ବାହାରକୁ ଆଣିଥିଲେ। ସେହିପରି ଆମ୍ବୁଲାନ୍ସର କର୍ମଚାରୀମାନେ ମଧ୍ୟ ସୁରକ୍ଷିତ ଭାବେ ବାହାରି ଆସିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣା ଅଳ୍ପକେ ଏଡ଼ାଯାଇଥିଲା।
ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଅଗ୍ନିକୁ ନିୟନ୍ତ୍ରଣ କରିଥିଲେ, କିନ୍ତୁ ସେତେବେଳକୁ ଆମ୍ବୁଲାନ୍ସଟି ପ୍ରାୟ ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା।
ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନଥିବା ବେଳେ ଅନ୍ୟ କୌଣସି କ୍ଷୟକ୍ଷତିର ଖବର ମିଳିନାହିଁ। ତେବେ ଆମ୍ବୁଲାନ୍ସରେ ନିଆଁ ଲାଗିବାର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି।
ବିରୋଧୀ ଦଳ ନେତା ତଥା ବିଦ୍ରୋହୀ ଟିଏମ୍ସି ନେତା ରିତବ୍ରତ ବ...
ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାରେ RG କର ହସ୍ପିଟାଲ...
ଭାରତୀୟ କ୍ରିକେଟ୍‌ ଟିମ୍‌ ପ୍ରଥମଥର ପାଇଁ ଜାପା...
ଶିରୋମଣି ଅକାଳୀ ଦଳ (ପୁନର ସୁରଜିତ) ବିଜେପି ସହ ମେଣ୍ଟକୁ ନ...
ମେଷ ଏହି ସପ୍ତାହରେ କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳ...
କୋଲକାତାର କ୍ୟାମାକ୍ ଷ୍ଟ୍ରିଟ୍ରେ ଅଭିଷେକ ବାନାର୍ଜୀଙ୍କ ଅଫ...