ଜମ୍ମୁ-କାଶ୍ମୀରରେ ଲଗାତାର ଖରାପ ପାଗ ଏବଂ ଭାରୀ ବର୍ଷାର ସମ୍ଭାବନା ଦୃଷ୍ଟିରେ ରଖି ପ୍ରସିଦ୍ଧଅମରନାଥ ଯାତ୍ରାଓଶ୍ରୀ ମାତା ବୈଷ୍ଣୋ ଦେବୀ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖାଯାଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଜାରି ସତର୍କ ସୂଚନା ପରେ ପ୍ରଶାସନ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଆଖିଆଗରେ ରଖି ଏହି ପଦକ୍ଷେପ ନେଇଛି।
ପ୍ରଶାସନ ସୂଚନା ଅନୁସାରେ, ଜୁଲାଇ ୧୯ ତାରିଖରୁ ଅମରନାଥ ଯାତ୍ରାରେ ଯାଉଥିବା ସମସ୍ତ ଯାତ୍ରୀଙ୍କ ଗତିବିଧି ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି। ପାଗ ଆହୁରି ଖରାପ ହେବାର ସମ୍ଭାବନା ଥିବାରୁ ବାବା ବରଫାନୀଙ୍କ ଦର୍ଶନ ପାଇଁ ନୂଆ କନଭୟକୁ ଅନୁମତି ଦିଆଯାଉନାହିଁ।
ଜମ୍ମୁର ଡିଭିଜନାଲ କମିଶନର ରମେଶ କୁମାରଙ୍କ କହିବା ଅନୁସାରେ, ଜମ୍ମୁର ଭଗବତୀ ନଗରରୁ ବାଲଟାଲ ଏବଂ ନୁନୱାନ ବେସ୍ କ୍ୟାମ୍ପ ଅଭିମୁଖେ କୌଣସି ଗାଡ଼ି କିମ୍ବା ଯାତ୍ରୀ କନଭୟକୁ ଅନୁମତି ମିଳୁନାହିଁ। ବର୍ତ୍ତମାନ ବାଲଟାଲ ଓ ଚନ୍ଦନୱାରୀ ବେସ୍ କ୍ୟାମ୍ପରେ ରହିଥିବା ଯାତ୍ରୀମାନଙ୍କୁ ମଧ୍ୟ ପରବର୍ତ୍ତୀ ନିର୍ଦ୍ଦେଶ ନମିଳିବା ପର୍ଯ୍ୟନ୍ତ ଆଗକୁ ନଯିବାକୁ କୁହାଯାଇଛି।
ସେହିପରି ଶ୍ରୀ ମାତା ବୈଷ୍ଣୋ ଦେବୀ ଯାତ୍ରା ପାଇଁ କାଟ୍ରାରୁ ତ୍ରିକୂଟା ପାହାଡ଼ ମାର୍ଗରେ ଯାତ୍ରୀଙ୍କ ଚଳାଚଳକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ଅତିବର୍ଷାର ଆଶଙ୍କା ଥିବାରୁ ଏହି କଟକଣା ଜାରି ରହିଛି।
ଚଳିତ ବର୍ଷ ଅମରନାଥ ଯାତ୍ରା ପ୍ରତି ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା। ଏପର୍ଯ୍ୟନ୍ତ ପ୍ରାୟ୩.୭୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁବାବା ବରଫାନୀଙ୍କ ଦର୍ଶନ କରିସାରିଛନ୍ତି। ଚଳିତ ବର୍ଷ ମଧ୍ୟ ରେକର୍ଡ ସଂଖ୍ୟକ ଭକ୍ତଙ୍କ ଆଗମନ ହେଉଥିବା ବେଳେ ପ୍ରକୃତିର ପ୍ରକୋପ ଯାତ୍ରାରେ ବାଧା ସୃଷ୍ଟି କରିଛି।
ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ବେଳେ ଜମ୍ମୁ, ଉଧମପୁର ଏବଂ ରାମବନର ସରକାରୀ ଆଶ୍ରୟସ୍ଥଳୀରେ ଯାତ୍ରୀମାନଙ୍କୁ ରହିବାକୁ ପରାମର୍ଶ ଦିଆଯାଇଛି। ପାଗ ସ୍ୱାଭାବିକ ହେବା ଓ ରାସ୍ତା ସୁରକ୍ଷିତ ଘୋଷଣା ହେବା ପରେ ଯାତ୍ରା ପୁଣି ଆରମ୍ଭ କରାଯିବ ବୋଲି ପ୍ରଶାସନ ସୂଚନା ଦେଇଛି।
ମଧ୍ୟପ୍ରାଚ୍ୟରେ ଚାଲିଥିବା ସାମରିକ ସଂଘର୍ଷ ମଧ୍ୟରେ ଇରାନ ଓ...
କଳାହାଣ୍ଡି ଜିଲ୍ଲାରୁ ପୁଣିଥରେ ସାମ୍ନାକୁ ଆସିଛି ଦୁର୍ଗମ ଅ...
ଉତ୍ତର ପ୍ରଦେଶରେ ଏକ ଚାଞ୍ଚଲ୍ୟକର ହତ୍ୟା ମାମଲା ସାମ୍ନାକୁ...
କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା କମ୍ୟୁନିଟି ହେଲ୍ଥ ସେଣ୍...
ବାଲେଶ୍ୱର ଜିଲ୍ଲାରେ ବେଆଇନ କାଠ କାରବାର ବିରୋଧରେ ବନ ବିଭା...
ଡୋନାଲ୍ଡ ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତି...
ବାଲେଶ୍ୱର ଜିଲ୍ଲାର ଯୁବ ଇଞ୍ଜିନିୟର ରଶ୍ମି ରଞ୍ଜନ ସେଠୀଙ୍କ...
ଇରାନ ଓ ଆମେରିକା ମଧ୍ୟରେ ଚାଲିଥିବା ତିକ୍ତ ସମ୍ପର୍କ ମଧ୍ୟର...
ପୁରୀ ସମୁଦ୍ରରେ ରବିବାର ଆଉ ଏକ ବଡ଼ ଅଘଟଣ ଅଳ୍ପକେ ଟଳିଯାଇଛ...
ରାଜଧାନୀ ଭୁବନେଶ୍ୱରର ଅଚ୍ୟୁତପୁର ଅଞ୍ଚଳରେ ମାତ୍ର ୧,୨୦୦ ଟ...
ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ସଂଘର୍ଷ ଆହୁରି...
ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ପବିତ୍ରରତ୍ନଭଣ୍ଡାରରେ ରଖାଯାଇ...