ବଲିଉଡ୍ ଅଭିନେତା ଅକ୍ଷୟ ଖନ୍ନା ଏବେ ଏକ ନିଆରା ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିବାକୁ ଯାଉଛନ୍ତି। ଆଗାମୀ ପୌରାଣିକ ଫିଲ୍ମ ‘ମହାକାଳୀ’ ରେ ସେ ଅସୁରଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କ ଭୂମିକାରେ ଅଭିନୟ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଲମ୍ବା ଦାଢ଼ି, ଜଟା ଏବଂ ପାରମ୍ପରିକ ପୋଷାକରେ ତାଙ୍କ ଲୁକ୍ ସାମ୍ନାକୁ ଆସିବା ପରେ ଫ୍ୟାନ୍ସଙ୍କ ଉତ୍ସାହ ଆହୁରି ବଢ଼ିଛି।
ପୁରାଣ ଅନୁସାରେ ଶୁକ୍ରାଚାର୍ଯ୍ୟଙ୍କ ନାମ ଥିଲା ଉଶନା। ସେ ଋଷି ଭୃଗୁ ଓ କାବ୍ୟାଙ୍କ ପୁତ୍ର ଥିଲେ। ବୃହସ୍ପତିଙ୍କ ସହ ଶିକ୍ଷା ଗ୍ରହଣ କରିବା ପରେ ଦେବତାମାନେ ବୃହସ୍ପତିଙ୍କୁ ନିଜ ଗୁରୁ ଭାବେ ଚୟନ କରିଥିଲେ। ଏହାପରେ ଉଶନା ଅସୁରମାନଙ୍କ ସହ ଯୋଗ ଦେଇ ସେମାନଙ୍କ ଗୁରୁ ଶୁକ୍ରାଚାର୍ଯ୍ୟ ହୋଇଥିଲେ।
‘ମହାକାଳୀ’ରେ ଏହି ଜଟିଳ ପୌରାଣିକ ଚରିତ୍ରକୁ ଅକ୍ଷୟ ଖନ୍ନା କିପରି ପରଦାରେ ଜୀବନ୍ତ କରୁଛନ୍ତି, ତାହାକୁ ନେଇ ଏବେଠାରୁ ସିନେମାପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି।
ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ...
ଭାରତ ଓ ଶ୍ରୀଲଙ୍କା ମଧ୍ୟରେ କଲମ୍ବୋରେ ଚାଲିଥିବା ଦ୍ୱିତୀୟ...
ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସଙ୍କୁ ନେଇ ଏକ ଘଟଣାର...
ମେଷ ଏହି ସପ୍ତାହରେ କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମର...
ଶ୍ରୀଲଙ୍କା ବିପକ୍ଷ କଲମ୍ବୋ ଟେଷ୍ଟରେ ଭାରତୀୟ ୱିକେଟକିପର-ବ...
ଭୁବନେଶ୍ୱର: ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (...
କ୍ରିପ୍ଟୋକରେନ୍ସି ବଜାରରେ ପୁଣି ଥରେ ଉତ୍ସାହ ଦେଖାଦେଇଛି।...
ଆମେରିକା ଓ କାନାଡା ମଧ୍ୟରେ ବାଣିଜ୍ୟ ଚୁକ୍ତି ହେବା ନେଇ ଆଶ...
ଭାରତର ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା UPI (Unified Payme...