ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଜଣେ ମହିଳା ଜୁନିୟର ଡାକ୍ତରଙ୍କ ମୃତଦେହ ଡୁମୁଡୁମା ଅଞ୍ଚଳରେ ଥିବା ତାଙ୍କ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଏହି ଘଟଣା ଡାକ୍ତରୀ ମହଲ ଓ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ମୃତକ ହେଲେ କର୍ଣ୍ଣାଟକର ବାସିନ୍ଦା ଦିବ୍ୟା ଭି.। ସେ ଏମ୍ସ ଭୁବନେଶ୍ୱରରେ ଜୁନିୟର ରେସିଡେଣ୍ଟ ଭାବେ କାର୍ଯ୍ୟରତ ଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ସେ ସ୍ୱାସ୍ଥ୍ୟଗତ ସମସ୍ୟାରେ ପୀଡ଼ିତ ଥିବା ସହ ମାନସିକ ଚାପରେ ରହୁଥିଲେ ବୋଲି ଜଣାପଡ଼ିଛି।
ଦିବ୍ୟା ଡୁମୁଡୁମାରେ ଏକ ଭଡ଼ାଘରରେ ତାଙ୍କ ଜଣେ ପୁରୁଷ ବନ୍ଧୁଙ୍କ ସହ ରହୁଥିଲେ। ମଙ୍ଗଳବାର ଡ୍ୟୁଟି ସାରି ତାଙ୍କ ବନ୍ଧୁ ଘରକୁ ଫେରିଥିବା ବେଳେ ବାରମ୍ବାର କବାଟ ବାଡ଼େଇଥିଲେ ମଧ୍ୟ ଭିତରୁ କୌଣସି ଉତ୍ତର ମିଳିନଥିଲା। ଏହାପରେ ସନ୍ଦେହ ହେବାରୁ ସେ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ। ସେଠାରେ ଦିବ୍ୟାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।
ଘଟଣା ସମ୍ପର୍କରେ ସୂଚନା ପାଇ ଖଣ୍ଡଗିରି ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ପରିବାର ସଦସ୍ୟମାନେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେମାନଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି।
ପୋଲିସ କହିଛି ଯେ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି। ବ୍ୟବଚ୍ଛେଦ ରିପୋର୍ଟ, ଫରେନ୍ସିକ ଯାଞ୍ଚ ଏବଂ ଅନ୍ୟାନ୍ୟ ପ୍ରମାଣ ଆଧାରରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ପଛର କାରଣ ସମ୍ପର୍କରେ ପୋଲିସ ପକ୍ଷରୁ କୌଣସି ଚୂଡ଼ାନ୍ତ ସୂଚନା ଦିଆଯାଇନାହିଁ।
ଭାରତର ନୂଆ GDP ତଥ୍ୟକୁ ନେଇ ଚାଲିଥିବା ବିତର୍କ ଧୀରେ ଧୀରେ...
କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ଶୁକ୍ରବା...
ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ଶନିବାର ସକାଳେ ପାଣିପାଗର ଏକ ଅ...
ଆମେରିକା-ଚୀନ୍ ବାଣିଜ୍ୟ ସମ୍ପର୍କ ମଧ୍ୟରେ ଆଉ ଏକ ବଡ଼ କୂଟନ...
Byju’sର ପ୍ୟାରେଣ୍ଟ କମ୍ପାନୀ **Think and Learn...