ଗୁଜରାଟର ବଡୋଦରାରେ ଘଟିଛି ଏକ ହୃଦୟବିଦାରକ ଘଟଣା। ସ୍ଥାନୀୟ ଏକ ମରାମତି ଗ୍ୟାରେଜରେ ରଖାଯାଇଥିବା ଲକ୍ଜୁରୀ ବସ୍ର ଅଟୋମେଟିକ୍ ହାଇଡ୍ରୋଲିକ୍ ଦ୍ୱାରରେ ବେକ ଫସିଯିବାରୁ ଜଣେ ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ସୂର୍ଯ୍ୟନଗର-ତରସାଲି ବାଇପାସ୍ ନିକଟରେ ଥିବା ଏକ ଗ୍ୟାରେଜରେ ବସ୍ଟି ମରାମତି ପାଇଁ ରଖାଯାଇଥିଲା। ଗ୍ୟାରେଜର CCTV ଫୁଟେଜ୍ରେ ଶିଶୁଟି ବସ୍ ନିକଟରେ ଘୁରୁଥିବା ଦେଖାଯାଇଛି। କିଛି ସମୟ ପରେ ସେ ବସ୍ର ଦ୍ୱାରରେ ବେକ ଫସିଥିବା ଅବସ୍ଥାରେ ଝୁଲୁଥିବା ଦେଖାଯାଇଥିଲା।
ତେବେ ଘଟଣାର ଠିକ୍ ପୂର୍ବର କିଛି ମହତ୍ତ୍ୱପୂର୍ଣ୍ଣ CCTV ଫୁଟେଜ୍ ଉପଲବ୍ଧ ନଥିବାରୁ ତଦନ୍ତକାରୀଙ୍କ ମନରେ ପ୍ରଶ୍ନ ଉଠିଛି। ଗ୍ୟାରେଜ୍ ମାଲିକ ନିକୁଞ୍ଜ ପଟେଲ୍ କହିଛନ୍ତି ଯେ ଅଞ୍ଚଳରେ ବିଦ୍ୟୁତ୍ ବିଭ୍ରାଟ କିମ୍ବା CCTV ସିଷ୍ଟମ୍ରେ ତ୍ରୁଟି କାରଣରୁ ଏହି ଫୁଟେଜ୍ ରେକର୍ଡ ହୋଇନଥାଇପାରେ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। DCP ଜୋନ୍-୩ ଅଭିଷେକ ଗୁପ୍ତାଙ୍କ କହିବା ଅନୁଯାୟୀ, ପ୍ରାଥମିକ ତଦନ୍ତରୁ ଶିଶୁଟି ହାଇଡ୍ରୋଲିକ୍ ଦ୍ୱାର ଖୋଲିବାକୁ ଚେଷ୍ଟା କରୁଥିବା ସମୟରେ ଫସିଯାଇଥିବା ସନ୍ଦେହ କରାଯାଉଛି। ତଥାପି ପୁଲିସ ସମସ୍ତ ଦିଗରୁ ତଦନ୍ତ କରୁଛି।
ପୁଲିସ ବସ୍ର ମେକାନିଜମ୍ ଯାଞ୍ଚ କରିବା ସହ ଉପଲବ୍ଧ CCTV ଫୁଟେଜ୍, ଟେକ୍ନିକାଲ୍ ତଥ୍ୟ ଓ ସ୍ଥାନୀୟ ଲୋକଙ୍କ ବୟାନ ଯାଞ୍ଚ କରୁଛି। ଘଟଣାର ପ୍ରକୃତ କାରଣ ଏବଂ CCTV ଫୁଟେଜ୍ ନଥିବାର ରହସ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
ଶିଶୁଟିର ବାପା ନିକଟସ୍ଥ ଏକ ଗ୍ୟାରେଜରେ କାମ କରନ୍ତି। ପରିବାରର କହିବା ଅନୁଯାୟୀ, ଶିଶୁଟି ଘରୁ ବାହାରିବା ସମୟରେ ପ୍ରସାଦ ଆଣିବାକୁ ଯାଉଛି ବୋଲି କହିଥିଲା। କିନ୍ତୁ ଆଉ ଘରକୁ ଫେରିଲା ନାହିଁ। ଏହି ଦୁଃଖଦ ଘଟଣାରେ ପରିବାର ଶୋକରେ ଭାଙ୍ଗିପଡ଼ିଛି।
ରୋହିତ-କୋହଲିଙ୍କ ପ୍ରତ୍ୟାବର୍ତ୍ତନ, ନ୍ୟୁଜିଲାଣ୍ଡ ବିପକ୍ଷର...
ଭାରତୀୟ କ୍ରିକେଟ୍‌ର ରନ୍‌ମେସିନ୍ ବିରାଟ କୋହଲି...
ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ପରିଚାଳନାକୁ ଅଧିକ...
ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରରେ କଲେଜ ପରିଚାଳନାକୁ ଅଧିକ...
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଖେଳାଳି ବିରାଟ କୋହଲି ପୁଣି...
ଦୀପାବଳିକୁ ସୁରକ୍ଷିତ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା...
ଭାରତୀୟ କ୍ରିକେଟ୍ର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି ପୁଣିଥର...
କାଠଯୋଡ଼ି ନଦୀପଠାରେ ଅଭିଯୁକ୍ତଙ୍କୁ ନେଇ ତଦନ୍ତ ...