ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍‌ ଝଟକା! ଲାଗିପାରେ ଅତିରିକ୍ତ ୧୭% ଶୁଳ୍କ

ଆମେରିକାର ଟ୍ରମ୍ପ ପ୍ରଶାସନ ଭାରତ ସମେତ ୧୪ଟି ଦେଶ ଉପରେ ନୂଆ ଆମଦାନୀ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ଦେଇଛି। ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୧୭% ଟାରିଫ୍‌ ଲାଗିପାରେ। ଯଦି ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର ନହୁଏ, ତେବେ ଏହି ଶୁଳ୍କ ୨୫% ପର୍ଯ୍ୟନ୍ତ ବଢ଼ିପାରେ। ଏହା ଭାରତୀୟ ରପ୍ତାନିକାରୀଙ୍କ ପାଇଁ ନୂଆ ଚିନ୍ତା ସୃଷ୍ଟି କରିଛି।
	Donald Trump announces new US tariffs on Indian goods
Donald Trump announces new US tariffs on Indian goods

ଭାରତ ଉପରେ ଟ୍ରମ୍ପଙ୍କ ନୂଆ ଟାରିଫ୍ ଚାପ।ଆମେରିକାକୁ ରପ୍ତାନି ହେଉଥିବା ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୧୭ ପ୍ରତିଶତ ଆମଦାନୀ ଶୁଳ୍କ ଲଗାଇବାକୁ ଆମେରିକାର ବାଣିଜ୍ୟ ପ୍ରତିନିଧି (USTR) ପ୍ରସ୍ତାବ ଦେଇଛନ୍ତି। ଯଦି ଦୁଇ ଦେଶ ମଧ୍ୟରେ ପ୍ରସ୍ତାବିତ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି (BTA) ସ୍ୱାକ୍ଷର ନହୁଏ, ତେବେ ଭାରତ ଉପରେ ଏହି ଅତିରିକ୍ତ ଶୁଳ୍କ ୨୫ ପ୍ରତିଶତକୁ ବୃଦ୍ଧି ପାଇପାରେ।

ଆମେରିକା ପ୍ରଶାସନର ସେକ୍ସନ୍ ୩୦୧ ତଦନ୍ତ ଆଧାରରେ ୧୬ଟି ଦେଶରେ ଅତ୍ୟଧିକ ଉତ୍ପାଦନ କ୍ଷମତା ଥିବା ଅଭିଯୋଗ ଆଣିଛି। ଏହା ଆଧାରରେ ୧୪ଟି ଦେଶ ଉପରେ ୧୫ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ଶୁଳ୍କ ଲଗାଇବାକୁ ପ୍ରସ୍ତାବ ରହିଛି। ବିକଶିତ ଦେଶଗୁଡ଼ିକ ପାଇଁ ଶୁଳ୍କ ହାର କମ୍ ରହିଥିବା ବେଳେ ଚୀନ୍, ଭିଏତନାମ ଓ ସିଙ୍ଗାପୁର ଭଳି ଦେଶ ଉପରେ ଅଧିକ ଶୁଳ୍କ ଲାଗିପାରେ।

ଅଧିକାଂଶ ବିକାଶଶୀଳ ଦେଶ ପାଇଁ ୧୮ ପ୍ରତିଶତ ଶୁଳ୍କ ପ୍ରସ୍ତାବ ରହିଥିବା ବେଳେ ଭାରତ ପାଇଁ ୧୭ ପ୍ରତିଶତ ଶୁଳ୍କ ପ୍ରସ୍ତାବ ରହିଛି। ତେବେ ଏହି ରିହାତି ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ସ୍ୱାକ୍ଷର ହେବା ଉପରେ ନିର୍ଭର କରୁଛି।

ଆସନ୍ତା ୨୦୨୭ ଜାନୁଆରୀ ୨୫ରେ ଏ ସମ୍ପର୍କିତ ଶୁଣାଣି ହେବାକୁ ଥିବା ବେଳେ ଚୂଡ଼ାନ୍ତ ନିଷ୍ପତ୍ତି ପରେ ଫେବୃଆରୀ ୨୦୨୭ରୁ ନୂଆ ଶୁଳ୍କ ଲାଗୁ ହେବାର ସମ୍ଭାବନା ରହିଛି।

ଏହି ତଦନ୍ତରେ ଭାରତର ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଥିବା PLI ଯୋଜନା ସହିତ ଇସ୍ପାତ, ସୌର ଶକ୍ତି, ସ୍ୱାସ୍ଥ୍ୟ ଓ ସୂଚନା ଯୋଗାଯୋଗ ପ୍ରଯୁକ୍ତି (ICT) କ୍ଷେତ୍ରର ନୀତି ଓ ଯୋଜନାକୁ ମଧ୍ୟ ଉଲ୍ଲେଖ କରାଯାଇଛି।

ତେବେ ଆମେରିକାର ଏହି ଅଭିଯୋଗକୁ ଭାରତ ସରକାର ଖଣ୍ଡନ କରିଛନ୍ତି। କୌଣସି କ୍ଷେତ୍ରରେ ଅତ୍ୟଧିକ ଉତ୍ପାଦନ କ୍ଷମତା ଥିବା ଅଭିଯୋଗକୁ ସରକାର ଗ୍ରହଣ କରିନାହାନ୍ତି। ଏଥିସହ ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଓ ଚୁକ୍ତିକୁ ଶୀଘ୍ର ଚୂଡ଼ାନ୍ତ କରିବାକୁ ଭାରତ ଆଗ୍ରହ ପ୍ରକାଶ କରିଛି।

ଏହି ନୂଆ ଶୁଳ୍କ ପ୍ରସ୍ତାବ ଭାରତୀୟ ରପ୍ତାନି ବ୍ୟବସାୟ ଉପରେ ପ୍ରଭାବ ପକାଇପାରେ। ତେବେ ଔଷଧ ଓ ମୋବାଇଲ୍ ଫୋନ୍ ଭଳି ଦୁଇଟି ପ୍ରମୁଖ ରପ୍ତାନି କ୍ଷେତ୍ରକୁ ଏହି ଅତିରିକ୍ତ ଶୁଳ୍କରୁ ବାଦ୍ ଦିଆଯାଇଛି।

Latest News
୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ବଡ଼ ପ୍ରସ୍ତୁତି, ଆଜି IOC ଆଗରେ ରଖିବ ଦାବି

୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଭାରତର ବଡ଼...

୨୦୩୬ ମସିହାରେ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ ଓ ପାରାଲିମ୍ପିକ...

ଖଳାରୁ ବଜାରକୁ ଆସିଲାଣି ଧାନ, ହେଲେ ଖୋଲିନି ମଣ୍ଡି! ଧାନ କିଣା ବିଳମ୍ବକୁ ନେଇ ବିଧାନସଭାରେ ହଙ୍ଗାମା, ଚାଷୀଙ୍କ ମଧ୍ୟରେ ଅସନ୍ତୋଷ

ଖଳାରୁ ବଜାରକୁ ଆସିଲାଣି ଧାନ, ହେଲେ ଖୋଲିନି...

ଧାନ ଅମଳ ହେଲାଣି, ମଣ୍ଡି ଖୋଲିବାକୁ ଅପେକ୍ଷା ଖରିଫ ଧାନ...

୫୩ ବଲ୍‌ରେ ୨୦୪ ରନ୍‌ର ବିସ୍ଫୋରକ ଇନିଂସ୍‌! ବୈଭବଙ୍କୁ ନେଇ ଗମ୍ଭୀରଙ୍କୁ ବଡ଼ ବାର୍ତ୍ତା ଦେଲେ ଶ୍ରୀକାନ୍ତ

୫୩ ବଲ୍‌ରେ ୨୦୪ ରନ୍‌ର ବିସ୍ଫୋରକ ଇନିଂସ୍‌!...

ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍ ଜଗତରେ ନିଜ ବ୍ୟାଟିଂର ଜଲ...

ଡିସେମ୍ବର ୨୬ରୁ ଓଡ଼ିଶା ପୁଲିସ SI ପରୀକ୍ଷା! ୨ ଦିନରେ ଲିଖିତ ଟେଷ୍ଟ, ଜାଣନ୍ତୁ ସମୟସୂଚୀ ଓ ମାର୍କିଂ ବ୍ୟବସ୍ଥା

ଡିସେମ୍ବର ୨୬ରୁ ଓଡ଼ିଶା ପୁଲିସ SI ପରୀକ୍ଷା!...

ଦୀର୍ଘ ଅପେକ୍ଷାର ଅନ୍ତ, SI ପରୀକ୍ଷା ତାରିଖ ଘୋଷଣା ଓଡ଼...

ଧାନ ବିକ୍ରି ପାଇଁ ଲକ୍ଷେରୁ ଅଧିକ ସନ୍ଦିଗ୍ଧ ପ୍ଲଟ୍! ରେଳ ଜମି, ପୋଖରୀ ଓ ଶ୍ମଶାନକୁ ଚାଷଜମି ଦର୍ଶାଇ ପଞ୍ଜୀକରଣ ଅଭିଯୋଗ

ଧାନ ବିକ୍ରି ପାଇଁ ଲକ୍ଷେରୁ ଅଧିକ ସନ୍ଦିଗ୍ଧ...

ଉପଗ୍ରହ ସର୍ଭେରେ ଚିହ୍ନଟ ୧.୩୧ ଲକ୍ଷ ସନ୍ଦିଗ୍ଧ ପ୍ଲଟ୍...

ଦ୍ୱିତୀୟ ଟେଷ୍ଟରେ ବି ସିରାଜଙ୍କୁ ମିଳିବନି ସୁଯୋଗ? ମୋର୍ନେ ମର୍କେଲଙ୍କ ପରାମର୍ଶ- ନିଜ ଖେଳକୁ ପୁଣି ପରଖନ୍ତୁ!

ଦ୍ୱିତୀୟ ଟେଷ୍ଟରେ ବି ସିରାଜଙ୍କୁ ମିଳିବନି ସୁଯୋଗ?...

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ପୂର୍ବର...

ହକି ଇଣ୍ଡିଆ ଲିଗ୍‌କୁ ମିଳିଲା ନୂଆ ଜୀବନ! ଡିସେମ୍ବର ୭ରେ ଖେଳାଳି ନିଲାମ, ଜାନୁଆରୀରେ ଫେରିବ ସିଜନ୍‌-୩

ହକି ଇଣ୍ଡିଆ ଲିଗ୍‌କୁ ମିଳିଲା ନୂଆ ଜୀବନ!...

ନୂଆଦିଲ୍ଲୀ: ଭାରତୀୟ ହକି ପ୍ରେମୀଙ୍କ ପାଇଁ ଖୁସି ଖବର। ଆର୍...

ବିବାହ ଉତ୍ସବରେ ରକ୍ତାକ୍ତ ଆକ୍ରମଣ! ରାଇରଙ୍ଗପୁର ପୌରାଧ୍ୟକ୍ଷଙ୍କ ମୁଣ୍ଡ ଫାଟିଲା, ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବିବାହ ଉତ୍ସବରେ ରକ୍ତାକ୍ତ ଆକ୍ରମଣ! ରାଇରଙ୍ଗପୁର ପୌରାଧ୍ୟକ୍ଷଙ୍କ...

ବିବାହ ଉତ୍ସବରେ ଅଘଟଣ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଅଞ୍ଚ...

Breaking News
ଦିଲ୍ଲୀରେ ଗୁଞ୍ଜିଲା ‘ଆ-କା-ମା-ବୈ’! ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ... ୧୨ ଦଫା ଦାବି ନେଇ ଗର୍ଜିଲେ ରାଇସ୍ ମିଲର୍ସ! ୨୭ରେ ବରଗଡ଼ରେ ବିଶାଳ ସମାବେଶ, ସାମିଲ... ଭାରତ-ଚୀନ୍ ସମେତ ୧୬ ଦେଶ ଉପରେ ଟ୍ରମ୍ପଙ୍କ ନୂଆ ଶୁଳ୍କ ଛାଟ୍! ଆମେରିକାର ବଡ଼ ପଦକ୍ଷେପ ମହାକାଶକୁ ଉଡ଼ିବ ଭାରତର ପ୍ରଥମ ଘରୋଇ ରକେଟ୍! ଆସନ୍ତା ବର୍ଷ ଲଞ୍ଚ୍ ପାଇଁ ISROର ପ୍ରସ୍ତୁତି ଭାରତକୁ ଟାର୍ଗେଟ୍ କଲେ ଟ୍ରମ୍ପ! ୧୬ ଦେଶ ଉପରେ ବଢ଼ିପାରେ ଆମେରିକାର ଶୁଳ୍କ, ଚିନ୍ତାରେ ଭାରତ ୧୧ ଦିନରେ NVIDIA CEO ପଦକୁ ଫେରିଲେ ଜେନସେନ୍ ହୁଆଙ୍ଗ! ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ବୋର୍ଡର... ଦିଲ୍ଲୀରେ ଗୁଞ୍ଜିଲା ‘ଆ-କା-ମା-ବୈ’! ହାଉଜଖାସ ଜଗନ୍ନାଥ ମନ୍ଦିରରେ ବୋଇତ ବନ୍ଦାଣ, ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶତାଧିକ... ୧୨ ଦଫା ଦାବି ନେଇ ଗର୍ଜିଲେ ରାଇସ୍ ମିଲର୍ସ! ୨୭ରେ ବରଗଡ଼ରେ ବିଶାଳ ସମାବେଶ, ସାମିଲ... ଭାରତ-ଚୀନ୍ ସମେତ ୧୬ ଦେଶ ଉପରେ ଟ୍ରମ୍ପଙ୍କ ନୂଆ ଶୁଳ୍କ ଛାଟ୍! ଆମେରିକାର ବଡ଼ ପଦକ୍ଷେପ ମହାକାଶକୁ ଉଡ଼ିବ ଭାରତର ପ୍ରଥମ ଘରୋଇ ରକେଟ୍! ଆସନ୍ତା ବର୍ଷ ଲଞ୍ଚ୍ ପାଇଁ ISROର ପ୍ରସ୍ତୁତି ଭାରତକୁ ଟାର୍ଗେଟ୍ କଲେ ଟ୍ରମ୍ପ! ୧୬ ଦେଶ ଉପରେ ବଢ଼ିପାରେ ଆମେରିକାର ଶୁଳ୍କ, ଚିନ୍ତାରେ ଭାରତ ୧୧ ଦିନରେ NVIDIA CEO ପଦକୁ ଫେରିଲେ ଜେନସେନ୍ ହୁଆଙ୍ଗ! ଟ୍ରମ୍ପଙ୍କ ହସ୍ତକ୍ଷେପ ପରେ ବୋର୍ଡର...
+