ପୁରୀ: ନିଜର ଦୃଢ଼ ଇଚ୍ଛାଶକ୍ତି, କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ସାରା ଦେଶରେ ଓଡ଼ିଶାର ନାଁ ଉଜ୍ଜ୍ୱଳ କରିଛନ୍ତି ପୁରୀର ଝିଅ ସୁପ୍ରିତି ମହାପାତ୍ର। ITIର ମେକାନିକ୍ ମୋଟର ଭେହିକିଲ୍ (Mechanic Motor Vehicle) ଟ୍ରେଡ୍ରେ ସର୍ବଭାରତୀୟ ସ୍ତରରେ ଶ୍ରେଷ୍ଠ ସ୍ଥାନ ହାସଲ କରିଛନ୍ତି ସେ। ତାଙ୍କର ଏହି ସଫଳତା ପାଇଁ ଲକ୍ଷ୍ନୌରେ ଆୟୋଜିତ ପଞ୍ଚମ କୌଶଳ ଦୀକ୍ଷାନ୍ତ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଜାତୀୟ ସ୍ତରରେ ସମ୍ମାନିତ କରିଛନ୍ତି।
ପୁରୀ ସରକାରୀ ଇଣ୍ଡଷ୍ଟ୍ରିଆଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ITI)ର ଛାତ୍ରୀ ସୁପ୍ରିତି ଦୁଇ ବର୍ଷର ଅଟୋମୋବାଇଲ୍ ପାଠ୍ୟକ୍ରମରେ ୧୨୦୦ରୁ ୧୧୯୪ ମାର୍କ ହାସଲ କରିଛନ୍ତି। ୯୯.୫ ପ୍ରତିଶତ ମାର୍କ ସହ ସେ ଦେଶର ଶ୍ରେଷ୍ଠ ମହିଳା ପ୍ରଶିକ୍ଷାର୍ଥୀ ହୋଇଛନ୍ତି। ଏହି ଟ୍ରେଡ୍ରେ ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିବାରେ ସେ ଓଡ଼ିଶାର ପ୍ରଥମ ଝିଅ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ସୁପ୍ରିତିଙ୍କ ବାପା ଚକ୍ରପାଣି ମହାପାତ୍ର ଜଣେ ଅଟୋ ରିକ୍ସା ଚାଳକ ହୋଇଥିବା ବେଳେ ମା' ଲକ୍ଷ୍ମୀପ୍ରିୟା ମହାପାତ୍ର ଜଣେ ଗୃହିଣୀ। ଏକ ସାଧାରଣ ପରିବାରରୁ ଆସି ମଧ୍ୟ ନିଜର ପରିଶ୍ରମ ବଳରେ ସେ ଏହି ସଫଳତା ହାସଲ କରିଛନ୍ତି।
ଫଳାଫଳ ଘୋଷଣା ପରେ ପରିବାର ଓ ଆତ୍ମୀୟସ୍ୱଜନଙ୍କ ମଧ୍ୟରେ ଖୁସିର ମାହୋଲ ଖେଳିଯାଇଥିଲା। ମିଠା ବାଣ୍ଟି ଏହି ସଫଳତାକୁ ପାଳନ କରିଥିଲେ ପରିବାର ସଦସ୍ୟ।
ଲକ୍ଷ୍ନୌର ଇନ୍ଦିରା ଗାନ୍ଧୀ ପ୍ରତିଷ୍ଠାନରେ ଆୟୋଜିତ ପଞ୍ଚମ କୌଶଳ ଦୀକ୍ଷାନ୍ତ ସମାରୋହରେ ସୁପ୍ରିତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରସ୍କୃତ କରିଛନ୍ତି। ଦେଶର ବିଭିନ୍ନ ITIର ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀଙ୍କ ସହ ସେ ଏହି ସମାରୋହରେ ଯୋଗ ଦେଇଥିଲେ।
ଏତେ ବଡ଼ ସଫଳତା ପରେ ମଧ୍ୟ ସୁପ୍ରିତିଙ୍କ ଲକ୍ଷ୍ୟ ହେଉଛି ଜଣେ ଶିକ୍ଷୟିତ୍ରୀ ହେବା। ନିଜ ଶିକ୍ଷା ଓ ଅନୁଭବ ମାଧ୍ୟମରେ ଅନ୍ୟ ପିଲାମାନଙ୍କୁ ମାର୍ଗଦର୍ଶନ କରିବା ସହ ବିଶେଷ କରି ଝିଅମାନଙ୍କୁ ବୈଷୟିକ ଶିକ୍ଷା ଗ୍ରହଣ କରିବାକୁ ପ୍ରେରଣା ଦେବାକୁ ସେ ଚାହାନ୍ତି।
ସୁପ୍ରିତିଙ୍କ ଏହି ସଫଳତା କେବଳ ପୁରୀ କିମ୍ବା ଓଡ଼ିଶା ପାଇଁ ନୁହେଁ, ବରଂ ସାରା ଦେଶର ଝିଅମାନଙ୍କ ପାଇଁ ଏକ ବଡ଼ ପ୍ରେରଣା। ମହିଳାମାନେ ମଧ୍ୟ ଯେକୌଣସି ବୈଷୟିକ କ୍ଷେତ୍ରରେ ନିଜର ପ୍ରତିଭା ପ୍ରମାଣ କରିପାରିବେ, ତାହା ସୁପ୍ରିତି ଦେଖାଇ ଦେଇଛନ୍ତି।
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଲାଗି ରହିଥିବା ଅ...
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଧାର୍ମିକ ସ୍ଲୋଗାନକୁ ନେଇ ରାଜନ...
ମୁମ୍ବାଇ:ସିନେମା ହଲ୍ରେ ଜାରି ରହିଛି ‘ରାମାୟଣ&rsqu...
ନୂଆଦିଲ୍ଲୀ: ଯୁବପିଢ଼ିଙ୍କୁ ସାମାଜିକ, ରାଜନୈତିକ ଓ ସାଂସ୍କ...
ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମା...
ହାଇଦ୍ରାବାଦ: ୨୦୨୮ ତେଲେଙ୍ଗାନା ବିଧାନସଭା ନିର୍ବାଚନକୁ ନେ...
ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱା...
ମୁମ୍ବାଇ:OTT ପ୍ରେମୀ ଓ ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପାଇଁ...