ଗଞ୍ଜାମ: ବାତ୍ୟା ଓ ଲଗାଣ ବର୍ଷା ପରେ ଗଞ୍ଜାମ ଜିଲ୍ଲାରେ ଚାଷଜମି ଓ ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି କ୍ଷୟକ୍ଷତିର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା ପାଇଁ ସୋମବାର ଗଞ୍ଜାମ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସମେତ ଅନ୍ୟ ମନ୍ତ୍ରୀ ଓ ଜନପ୍ରତିନିଧିମାନେ ମଧ୍ୟ ଗସ୍ତରେ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀ ପ୍ରଥମେ ହେଲିକପ୍ଟର ଯୋଗେ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳର ଆକାଶମାର୍ଗରୁ ସର୍ଭେ କରିଥିଲେ। ଏହାପରେ ପୁରୁଷୋତ୍ତମପୁର ବ୍ଲକର ହାଣ୍ଡିଘର ଗାଁରେ ପହଞ୍ଚି କ୍ଷତିଗ୍ରସ୍ତ ଧାନ ଜମି ବୁଲି ଦେଖିଥିଲେ।
ସେଠାରେ ଚାଷୀଙ୍କ ସହ ସିଧାସଳଖ ଆଲୋଚନା କରି ଫସଲ ନଷ୍ଟ ଓ ଚାଷୀଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହାପରେ ଛତ୍ରପୁର ବ୍ଲକର ପ୍ରଭାବିତ ଅଞ୍ଚଳକୁ ଯାଇ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ।
କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ କ୍ଷୟକ୍ଷତିର ଆକଳନ ଶୀଘ୍ର ଶେଷ କରି ରିପୋର୍ଟ ଦାଖଲ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ଆକଳନ ରିପୋର୍ଟ ଆଧାରରେ ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।
କ୍ଷେତ୍ର ପରିଦର୍ଶନ ପରେ ଛତ୍ରପୁରସ୍ଥିତ ଜିଲ୍ଲା ପରିଷଦ କାର୍ଯ୍ୟାଳୟର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ହୋଇଥିଲା।
ଏହି ବୈଠକରେ ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତିର ଆକଳନ, ରିଲିଫ୍ ବଣ୍ଟନ, ଚାଷୀଙ୍କ ଫସଲ କ୍ଷତି ଏବଂ ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଲୋଚନା କରାଯାଇଥିଲା।
ବାତ୍ୟା ପରେ ଜୀବିକା ହରାଇଥିବା ଚାଷୀ ଓ ପ୍ରଭାବିତ ପରିବାରଙ୍କୁ ଯଥାଶୀଘ୍ର ସହାୟତା ପହଞ୍ଚାଇବା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି।
ନୂଆଦିଲ୍ଲୀ:ଉତ୍ତରପ୍ରଦେଶରେ ଧାର୍ମିକ ସ୍ଲୋଗାନକୁ ନେଇ ରାଜନ...
ମୁମ୍ବାଇ:OTT ପ୍ରେମୀ ଓ ଅଜୟ ଦେବଗନଙ୍କ ପ୍ରଶଂସକଙ୍କ ପାଇଁ...
ନୂଆଦିଲ୍ଲୀ: ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ରାମା...
ମୁମ୍ବାଇ:ସିନେମା ହଲ୍ରେ ଜାରି ରହିଛି ‘ରାମାୟଣ&rsqu...
ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ଲାଗି ରହିଥିବା ଅ...
ନୂଆଦିଲ୍ଲୀ: ଯୁବପିଢ଼ିଙ୍କୁ ସାମାଜିକ, ରାଜନୈତିକ ଓ ସାଂସ୍କ...
ମୁମ୍ବାଇ: ବକ୍ସ ଅଫିସ୍‌ରେ ଧମାକା କରୁଛି ନିତେଶ ତିୱା...
♈ ମେଷ ରାଶି (Aries) ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏ...