ଭୁବନେଶ୍ୱର: ରାଜଧାନୀରେ ଟ୍ରାଫିକ୍ ସମସ୍ୟା କମାଇବା ସହ ସାଧାରଣ ପରିବହନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାକୁ ରାଜ୍ୟ ସରକାର ନେଇଛନ୍ତି ନୂଆ ପଦକ୍ଷେପ। ଏଣିକି ଭୁବନେଶ୍ୱରର ଦୁଇଟି ପ୍ରମୁଖ ରାସ୍ତାରେ ଆମ ବସ୍ ପାଇଁ ସ୍ୱତନ୍ତ୍ର ପ୍ରାଥମିକତା ଲେନ୍ କରିବାକୁ ଯୋଜନା ହୋଇଛି। ଏହା ଦ୍ୱାରା ଟ୍ରାଫିକ୍ ଭିଡ଼ କମିବା ସହ ଆମ ବସ୍ର ଯାତାୟାତ ଅଧିକ ସମୟାନୁବର୍ତ୍ତୀ ଓ ସୁବିଧାଜନକ ହୋଇପାରିବ ବୋଲି ଆଶା କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ଅଧିକ ଯାତ୍ରୀ ଯାତାୟାତ କରୁଥିବା ଦୁଇଟି ରୁଟ୍କୁ ଏହି ପାଇଲଟ୍ ପ୍ରକଳ୍ପ ପାଇଁ ଚିହ୍ନଟ କରାଯାଇଛି।
ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ବିହାର।
ବାଣୀବିହାରରୁ ଶିଶୁଭବନ।
ଏହି ରାସ୍ତାଗୁଡ଼ିକରେ ଆମ ବସ୍ ଚଳାଚଳ ପାଇଁ ସ୍ୱତନ୍ତ୍ର ପ୍ରାଥମିକତା ଲେନ୍ ରହିବ। ଫଳରେ ଅନ୍ୟ ଯାନବାହନର ଭିଡ଼ ମଧ୍ୟରେ ବସ୍ଗୁଡ଼ିକୁ ଅଟକି ରହିବାକୁ ପଡ଼ିବ ନାହିଁ ଏବଂ ଯାତ୍ରୀମାନେ ଠିକ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ବୋଲି ଆଶା ରହିଛି।
ପ୍ରସ୍ତାବିତ ସ୍ୱତନ୍ତ୍ର ଲେନ୍ରେ ମୁଖ୍ୟତଃ ଆମ ବସ୍ ଚଳାଚଳ କରିବ। ତେବେ ଜରୁରୀକାଳୀନ ସେବାକୁ ଗୁରୁତ୍ୱ ଦେଇ ଆମ୍ବୁଲାନ୍ସ, ଅଗ୍ନିଶମ ଗାଡ଼ି ଓ ଅନ୍ୟ ଅନୁମୋଦିତ ଜରୁରୀକାଳୀନ ଯାନବାହନକୁ ମଧ୍ୟ ଏହି ଲେନ୍ ବ୍ୟବହାର କରିବାକୁ ଅନୁମତି ମିଳିବ।
ଏହି ପ୍ରକଳ୍ପ ଦ୍ୱାରା ସହରର ଭିଡ଼ପୂର୍ଣ୍ଣ ରାସ୍ତାରେ ସାଧାରଣ ପରିବହନ ସେବାର ଗତି ବଢ଼ିବା ସହ ଲୋକଙ୍କୁ ବସ୍ରେ ଯାତାୟାତ ପାଇଁ ଅଧିକ ଉତ୍ସାହିତ କରାଯାଇପାରିବ।
ଏହି ପ୍ରକଳ୍ପ କାର୍ଯ୍ୟକାରୀ କରିବା ପୂର୍ବରୁ ଚିହ୍ନଟ ହୋଇଥିବା ଦୁଇଟି ରୁଟ୍ରେ ବିସ୍ତୃତ ବୈଷୟିକ ଅନୁଧ୍ୟାନ କରାଯିବ। ଡିସେମ୍ବର ୧ ତାରିଖରୁ ଏହି ଅନୁଧ୍ୟାନ ଆରମ୍ଭ ହୋଇ ଏକ ମାସ ମଧ୍ୟରେ ଶେଷ ହେବାର ଯୋଜନା ରହିଛି।
ଏହି ସମୀକ୍ଷାରେ ଟ୍ରାଫିକ୍ ପରିଚାଳନା, ପଥଚାରୀଙ୍କ ସୁରକ୍ଷା, ଲେନ୍ ଶୃଙ୍ଖଳା ଓ ସ୍ୱତନ୍ତ୍ର ଲେନ୍ର ଆବଶ୍ୟକତା ଆଦି ଦିଗକୁ ଗୁରୁତ୍ୱ ଦିଆଯିବ।
ବୈଷୟିକ ଅନୁଧ୍ୟାନ ଶେଷ ହେବା ପରେ ପର୍ଯ୍ୟାୟକ୍ରମେ ଭିତ୍ତିଭୂମିରେ ଆବଶ୍ୟକ ପରିବର୍ତ୍ତନ କରାଯିବ। ଏଥିରେ ରାସ୍ତାର ଉନ୍ନତିକରଣ, ବସ୍ ଆଶ୍ରୟସ୍ଥଳୀର ସ୍ଥାନ ପରିବର୍ତ୍ତନ, ପାର୍କିଂ ବ୍ୟବସ୍ଥାର ସୁଧାର ଓ ଟ୍ରାଫିକ୍ ସିଗନାଲ୍ରେ ଆବଶ୍ୟକ ପରିବର୍ତ୍ତନ ସାମିଲ ରହିବ।
ଶୁକ୍ରବାର ଏନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ ସମୀକ୍ଷା ବୈଠକ ହୋଇଥିଲା। ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ପ୍ରକଳ୍ପର କାର୍ଯ୍ୟକାରିତା ଓ ବିଭିନ୍ନ ବୈଷୟିକ ଦିଗ ଉପରେ ଆଲୋଚନା ହୋଇଥିଲା।
ଯଦି ଏହି ପାଇଲଟ୍ ପ୍ରକଳ୍ପ ସଫଳ ହୁଏ, ତେବେ ଭୁବନେଶ୍ୱରରେ ସାଧାରଣ ପରିବହନ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଟ୍ରାଫିକ୍ ଭିଡ଼ ହ୍ରାସରେ ସହାୟକ ହୋଇପାରିବ।
Add Odisha.pro as a preferred source in Google News to see our latest stories more often.
Add as a preferred source
ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡ...
ଭାରତୀୟ କ୍ରିକେଟ୍ ଦଳର ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମ୍...
କ୍ରାଇଷ୍ଟଚର୍ଚ୍ଚ: ଭାରତୀୟ କ୍ରିକେଟ୍‌ ଦଳର ପ୍ରମୁଖ ଦ...
ମୁମ୍ବାଇ:IPL ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସରେ ହୋଇଛି...
♈ ମେଷ ରାଶି (Aries) ମେଷ ରାଶିର ବ୍ୟକ୍ତିଙ୍କ ପାଇଁ ଏ...